ବୁଢୀଆଣି ଜାଲ ସଦୃଶ୍ୟ ଉମରକୋଟ ସହରର ଟ୍ରାଫିକ ସମସ୍ୟା…

add-all


ଉମରକୋଟ : ସହରର ଉନ୍ନତି ପ୍ରକଳ୍ପେ ସରକାରଙ୍କ ଠାରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଆସୁଛି ଏବଂ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରିବା ନିମନ୍ତେ ନେତା ମନ୍ତ୍ରୀମାନେ କହୁଛନ୍ତି, ସୂଚନା ପ୍ରକାରେ ଉମରକୋଟ ସହରରେ ସାଧାରଣ ଜନତା ଠାରୁ ବୁଦ୍ଧିଯିବି ମାନଙ୍କ ମଧ୍ୟରେ ସହରର ଟ୍ରାଫିକ ସମସ୍ୟାକୁ ନେଇଁ ଜୋର ଚର୍ଚ୍ଚା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି, ସମସ୍ତେ ଜାଣିଛନ୍ତି ଓଡ଼ିଶା ଭିତରେ ଉମରକୋଟ ଏକ ବ୍ୟବସାୟର ପେଣ୍ଠସ୍ଥଳୀ, ଏଠାରେ ପଡୋଶୀ ଛତିଶଗର, ଆନ୍ଧ୍ରପ୍ରଦେଶ, ଏବଂ କଲିକତା ଠାରୁ ବିଭିନ୍ନ କମ୍ପାନୀ ବ୍ୟବସାୟ କରିବା ନିମନ୍ତେ ଡେ଼ରାପକାନ୍ତି, ଏପଟେ ସ୍କୁଲ, କଲେଜର ଛାତ୍ର, ଛାତ୍ରୀ ଠାରୁ ଆରମ୍ଭ କରି ଶିକ୍ଷକ ଅବିଭାବକ ମାନଙ୍କ ଗୋହଳି ଲାଗି ରହୁଛି, ସକାଳ ୧0 ଘଣ୍ଟା ରୁ ୫ ଟା ପର୍ଯନ୍ତ ଏତେ ଗହଳି ହେଉଛି ଯେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହିବା ସହ ସାଧାରଣ ଜନତା ଅସ୍ତ ବ୍ୟସ୍ତ ହୋଇ ପରୁଛି, ଏହି ସମସ୍ୟାକୁ ନେଇଁ ପୋଲିସ ପ୍ରଶାସନ ପାଖରେ ସାଧାରଣ ଜନତା ବହୁଥର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ କର୍ଣ୍ଣ ଗୋଚର କରୁନାହାନ୍ତି, ପୁରୁଣା ବସଷ୍ଟାଣ୍ଡର ଦୁଇ ପାର୍ସରେ ଦୁଇ ଜଣ କନେଷ୍ଟବଳ ନିୟୋଜିତ କରି ପୋଲିସ ଚୁପ ବସିଛି ଏମାନଙ୍କ ମଧ୍ୟ ଠିକ ବ୍ୟବସାୟ ହେଉଥିବା ଅଭିଯୋଗ ଆସୁଛି କିନ୍ତୁ ଟ୍ରାଫିକର କୌଣସି ସୁଧାର ନାହିଁ, ସାଧାରଣ ଜନତାଙ୍କ କହିବା କଥା ସବୁ ଛକ ଜାଗାରେ ପୋଲିସ ବ୍ୟବସ୍ଥା କରାଯାଉ, ନ ହେଲେ ଟ୍ରାଫିକ ସିଗନାଲ ଲାଇଟ ଦିଆଯାଉ, କାରଣ ଆଗକୁ ଆସୁଛି ଦଶହରା ସହର ବାସୀ ନାହିଁ ନଥିବା ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବେ l ଏହା ଉପରେ ପ୍ରଶାସନ ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ ଉଚିତ ଜବାବ ଦେବେ ସାଧାରଣ ଜନତା ବୋଲି ସାଧାରଣ ଓ ବୁଦ୍ଧି ଜୀବି ମହଲରେ ଅଭିଯୋଗ ହେଉଛି ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେବାକୁ ଦାବୀ ହୋଇଛି

ad-week
Leave A Reply

Your email address will not be published.