ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର,୨୦୧୬ ପିଛିଲାରୁ ପାଇବେ ୭ମ ବେତନହାର

add-all

ଫୁଲବାଣୀ ୨୧। ୯,ସ୍ଥଗିତ ରହିଲା ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ସାମୁହିକ ଛୁଟି ଓ ତିନି ଦିନିଆ ଆନ୍ଦୋଳନ। ଆଜି, ରାଜ୍ୟ ଅତିରିକ୍ତ ନିବନ୍ଧକ, ରାଜ୍ୟ ସମବାୟ ସମିତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସମବାୟ ସମିତି ଓ ବ୍ଯାଙ୍କ କର୍ମଚାରୀ ମାନେ ଏକ ଜାନୁଆରୀ ୨୦୧୬ ଠାରୁ ପିଛିଲାରୁ ୭ମ ବେତନ କମିଶନର ଦରମା ପ୍ରଦାନ କରାଯିବ ବୋଲି ସୁଚନା ଦେଇଛନ୍ତି ଅତିରିକ୍ତ ନିବନ୍ଧକ। ଏହି ଆଲୋଚନା ବେଳେ ସେ କହିଛନ୍ତି କି ନାବାର୍ଡ ସହିତ ହୋଇଥିବା ଆଲୋଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସ ପ୍ରଥମ ସପ୍ତାହ ସୁଦ୍ଧା ସମବାୟ କର୍ମଚାରୀ ମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ତେବେ ୨୨ ତାରିଖ, ଦିନ ଉପୋରୋକ୍ତ ଦାବିରେ ରାଜ୍ୟ ର ସମସ୍ତ ସମବାୟ ସମିତି ଓ ବ୍ଯାଙ୍କ କର୍ମଚାରୀ ମାନେ ସାମୁହିକ ଛୁଟିରେ ଯିବା ସହିତ ୨୫ ତାରିଖ ଠାରୁ ୩ ଦିନ ଧରି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଆଜିର ଏହି ବୈଠକ ପରେ ରାଜ୍ୟ ସମବାୟ ସଂଘ ଫେଡେରେସନ ପକ୍ଷରୁ ହେବାକୁ ଥିବା ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଛି। ଆଜିର ଏହି ବୈଠକରେ ରାଜ୍ୟ ସମବାୟ ସମିତି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରବୋଧ କୁମାର ମିଶ୍ର ଓ ରାଜ୍ୟ ସମବାୟ ବ୍ୟାଙ୍କ ଫେଡେରେସନ ର ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ଯୋଗ ଦେଇଥିଲେ। ଏହି ନିଷ୍ପତ୍ତି ପରେ ବୌଦ୍ଧ ଜିଲ୍ଲା ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ଖିରୋଦ କୁମାର ମିଶ୍ର ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.