ଆତ୍ମଘୋଷିତ କମିଟିର ହିନ ଚକ୍ରାନ୍ତ କୁ ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ବିରୋଧ…

add-all

ହିଞ୍ଜିଳିକାଟୁ :,୨୭!୯ ହିଞ୍ଜିଳିକାଟୁ ବିଶ୍ଵକର୍ମା ସମାଜ ପୂର୍ବଖଣ୍ଡ ତାଲୁକା ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳ ସ୍ଥିତ ବରାହୀ ପାହାଡ ପାଦ ଦେଶରେ ଥିବା ମନ୍ଦିରରେ ଥିବା କମିଟି କୁ ବିରୋଧକରି ଦୁଇ ଦିନ ପୂର୍ବେ କିଛି ଆତ୍ମଘୋଷିତ କମିଟି ଗଠନ ହୋଇଥିବା ନେଈ ସୋସିଆଲ ମିଡ଼ିଆ ରେ ଭାଇରାଲ ପରେ ପୂର୍ବଖଣ୍ଡ ତାଲୁକା ବିଶ୍ବକର୍ମା ସମାଜ ର ବିଶ୍ଵକର୍ମା ମନ୍ଦିରର ପୂଜା କମିଟି ସଭାପତି ସୀମାଞ୍ଚଳ ମହାରଣା ଓ ସମ୍ପାଦକ ପ୍ରଭାତ ମହାରଣା ପ୍ରେସ ଵିବ୍ରୁତି ଦେଇ ଏହି ଆତ୍ମଘୋଷିତ କମିଟି ମନ୍ଦିର ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ବୋଲି କହିଛନ୍ତ । ଏହି ପୁରାତନ ମନ୍ଦିରର ଉନ୍ନତି ଓ ପୁନରୁଦ୍ଧାର ଲକ୍ଷ୍ୟ ରଖି ଗତ ୨୦୧୮ ମସିହା ନଭେମ୍ବର ୪ ତାରିଖରେ ଗଣତାନ୍ତ୍ରିକ ପଦ୍ଧତିରେ ଏକ ମନ୍ଦିର ପରିଚାଳନା କମିଟି ଗଠିତ ହୋଇଥିଲା । ସଭାପତି ସୀମାଞ୍ଚଳ ମହାରଣାଙ୍କ ନେତୃତ୍ୱରେ ଯୁବ କର୍ମକର୍ତ୍ତାଙ୍କ ସମେତ ତାଲୁକାର ପ୍ରାୟ ୮୦ଟି ଗ୍ରାମର ଜାତିଭାଇଙ୍କ ସହଯୋଗ ଏବଂ
ଅକୁଣ୍ଠ ସାହାଯ୍ୟ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ୨୪ତାରିଖରେ ହିଞ୍ଜିଳିକାଟୁର ଜଣେ କାଠ ବ୍ୟବସାୟୀ ଏକ ପ୍ଳାଇ କମ୍ପାନୀ ପ୍ରାୟୋଜିତ ବୈଠକ ଆୟୋଜନ ପାଇଁ ପ୍ରତିଶ୍ରୁତି ଦେଇ ମନ୍ଦିର ପରିସର ଭଡା ସୂତ୍ରରେ ନେଇଥିଲେ । ଏଣୁ ମନ୍ଦିର ନିୟମ ଅନୁଯାୟୀ ୨୧ତାରିଖରେ ରସିଦ ନଂ-୧୪୩ରେ ୧ ହଜାର ଟଙ୍କା ପୈଠ କରିଥିଲେ । କିନ୍ତୁ ଉକ୍ତ ଦିନ ସେଠାରେ ପ୍ଳାଇ କମ୍ପାନୀ ବୈଠକ ଆୟୋଜନ ହେବା ପରିବର୍ତ୍ତେ ୧୦-୧୨ଜଣ ଜାତି ଭାଇଙ୍କୁ ନେଇ ଅନ୍ୟ ଏକ ମନ୍ଦିର ଉନ୍ନୟନ କମିଟି ଗଠିତ ହୋଇଥିଲା । କାଠ ବ୍ୟବସାୟୀ ଜଣକ ସଭାପତିଭାବେ ରହିଥ‌ିବା ବେଳେ ପରସ୍ପର ପରସ୍ପରକୁ ପୁଲମାଳ ଆଦାନ ପ୍ରଦାନ କରିଥିଲେ । ପରବର୍ତ୍ତୀ ଦିନ ସୋସିଆଲ ମିଡିଆ ଓ ନିର୍ଦ୍ଦିଷ୍ଟ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଖବର ଜାଣିବା ପରେ ମନ୍ଦିରର ପୂର୍ବ ପୂଜା କମିଟିର ସଭାପତି ଓ ସମ୍ପାଦକ ଏହା ଏକ ଆତ୍ମଘୋଷିତ ମନ୍ଦିର ଉନ୍ନୟନ କମିଟି ଓ ପୂର୍ବ ଖଣ୍ଡ ତାଲୁକ ବଇକୁ ସଭାପତି(ଆତ୍ମଘୋଷିତ)ଙ୍କୁ ଜଣେ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ପରୋକ୍ଷରେ କହିଛନ୍ତି।
। ଏହାଛଡା ବିଶ୍ୱକର୍ମା ମନ୍ଦିରର ଉନ୍ନତି କରଣ ସକାଶେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନବୀନ ପଟ୍ଟନାୟକ ନିଜ ହାତପାଣ୍ଠିରୁ କିଛି ଅନୁଦାନ ଦେଇଥିଲେ । ବିଶ୍ୱକର୍ମା ମନ୍ଦିର ପୂଜା କମିଟିର ତତ୍ତ୍ଵାବଧାନରେ ମନ୍ଦିରର ରୂପରେଖ ବଦଳିବା ସହ ବିଶ୍ଵକର୍ମା ସମାଜ, ପୂର୍ବଖଣ୍ଡ ତଲୁକାଳାତି ଭାଇଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଓ ସଦର ବଜାୟ ରଖିବା ସହ ମନ୍ଦିର ଉନ୍ନତି ସାଧନ ଦିଗରେ ପ୍ରଚେଷ୍ଟା ଜାରୀ ରହିଛି । ଫଳରେ ପୁରାତନ ତଥା ଜରାଜୀର୍ଣ୍ଣ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ ହୋଇଥିଲା।ଏହି ମହତ ଉଦ୍ଦେଶ୍ୟକୁ ଲକ୍ଷ ଭ୍ରଷ୍ଟ କରିବା ତଥା ଭାଇଚାରା ବ୍ୟାହତ କରିବା ପାଇଁ ହୀନ ଉଦ୍ୟମ ଆରମ୍ଭ ହୋଇଛି ବୋଲି ପୂଜା କମିଟିର ସଭାପତି ସୀମାଞ୍ଚଳ ମହାରଣା ଓ ସମ୍ପାଦକ ପ୍ରଭାତ ମହାରଣା
ସମାଲୋଚନା କରିଛନ୍ତି । ସୋସିଆଲ ମିଡିଆରେ ଆତ୍ମଘୋଷିତ କମିଟିର କୌଣସି ସଦସ୍ୟ ଦୀର୍ଘ ବର୍ଷ ଧରି ମନ୍ଦିର ଉନ୍ନତି ପାଇଁ ଆର୍ଥିକ, ମାନସିକ କିମ୍ବା ଶାରିରୀକଭାବେ ସହଯୋଗର ହାତ କେବେ ବି ବଢ଼ାଇ ନାହାଁନ୍ତି । ବରଂ ବିଭ୍ରାଟ ସହ ସାମାଜିକ ସଂହତି ବ୍ୟାଘାତ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ଆଗାମୀ ମାର୍ଗଶିର ମାସରେ ମନ୍ଦିରକୁ ସଂସ୍କାର ପୂର୍ବକ ନୂତନ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ରହିଛି । ଏହି ଆତ୍ମଘୋଷିତ ତଥା କୁଚକ୍ରୀ ଗୋଷ୍ଠୀ ଯୋଜନା ବଦ୍ଧଭାବେ ଅର୍ଥନୈତିକ କାରବାର ସହ ସଂଶ୍ଳିଷ୍ଟ ରହିବା ଆଶଙ୍କା ରହିଛି । ଏଣୁ ମନ୍ଦିରର ବୃହତ୍ତର ସ୍ଵାର୍ଥ ନିହିତ ଦୃଷ୍ଟିରୁ ଏହି ଆତ୍ମଘୋଷିତ କୁଚକ୍ର ଗୋଷ୍ଠୀଙ୍କ ଚାଟୁକର କଥାରେ ପ୍ରଲୋଭିତ ନହୋଇ ସହଯୋଗ ନକରିବା ସକାଶେ କର୍ମକର୍ତ୍ତା ଦ୍ଵୟ ପୂର୍ବଖଣ୍ଡ ତାଲୁକାର ସମସ୍ତ ଜାତିଭାଇମାନଙ୍କୁ ବିନମ୍ର ନିବେଦନ କରିଛନ୍ତି । ଏହି ଆତ୍ମଘୋଷିତ ମନ୍ଦିର ଉନ୍ନୟନ କମିଟି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ସଭାପତି ଓ ସମ୍ପାଦକ ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ad-week
Leave A Reply

Your email address will not be published.