ସମବେଦନା ଜଣାଇବାକୁ ପହଂଚିଲା ମା ମାଟିଆ ମଙ୍ଗଳା କ୍ଳବ୍…

add-all

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦୀବାଉଁଶମୂଳ ପଞ୍ଚାୟତର ଉଆସିଢିଅ ଗ୍ରାମର ଯୁବକ ଶ୍ରୀକାନ୍ତ ପରିଡ଼ା ଦାଦନ ଖଟିବାକୁ ଯାଇ ତାଙ୍କର ସୁଦୂର ହାଇଦ୍ରାବାଦରେ ଆକସ୍ମିକ ବିୟୋଗ ଘଟିଛି, ଫଳରେ ପରିବାର ଲୋକେ ତାଙ୍କର ରୋଜଗାର ପୁଅ କୁ ସବୁଦିନ ପାଇଁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି | ଏହି ଦୁଃଖଦ ଖବର ପାଇ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ମା ମାଟିଆ ମଙ୍ଗଳା ଯୁବପରିଷଦ (କ୍ଳବ୍) ର ସଭାପତି ଅପୃର୍ବ ମିଲନ ରାଉଳ, କୋଷାଧକ୍ଷ ସ୍ମୃତିରଞ୍ଜନ ମିଶ୍ର, ସଭ୍ୟ ସହଦେବ ରାଉତ, ଜନ୍ମଜୟ ରାଉଳ, ବାବନ ରାଉତ ଓ ଯୁବ ସମାଜ ସେବୀ ଚନ୍ଦ୍ରଚନ୍ଦନ ମିଶ୍ର ପ୍ରମୁଖ ପହଂଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ବା ସହ ଆର୍ଥିକ ସହୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ | ସ୍ବେଛାସେବୀ ସଂଗଠନର ଏପରି ଦରଦୀ କାର୍ଯ୍ୟକ୍ରମ କୁ ଅଞ୍ଚଳବାସୀ ଖୁବ୍ ପ୍ରଶଂଷା କରିଛନ୍ତି |

ad-week
Leave A Reply

Your email address will not be published.