ଘୋରଇ ଫାଇନାନ୍ସ କମ୍ପାନୀର ମଟର ସାଇକଲ ପୋଡ଼ିଦେଲେ ଅଜଣା ଦୁବୁର୍ତ୍ତ…

add-all

ଟିକିରି ୨୮/୯/୨୩- ରାୟଗଡ ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ସ୍ପନ୍ଦନା ଫାଇନାନ୍ସ,ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀ ର ଅଫିସ ସାମ୍ନାରେ ଥିବା କର୍ମଚାରୀଙ୍କ ୧୨ ଟି ମଟର ସାଇକଲକୁ ରାତିରେ ଦୁର୍ବୁତ୍ତ ପୋଡ଼ି ଦେଇଛନ୍ତି । ରାତି ରେ କର୍ମଚାରୀ ମାନେ ସୋଇଥିବା ବେଳେ ଗେଟ ବାହାର ପଟୁ ଗେଡା ମାରି ରାତି ପ୍ରାୟ ୨ଟା ସମୟର
ଏ ଭଳି କାଣ୍ଡ ଭିଆଇଥିବା ଜଣା ପଡ଼ିଛି। ଜଣେ କର୍ମଚାରୀଙ୍କ ନିଦ ଭାଙ୍ଗିବା ପରେ ଜାଣିପାରି ଅନ୍ୟ ମାନଙ୍କୁ ଉଠାଇଥିଲେ। ସେମାନେ ଉଥିବା ପରେ ବାହାରକୁ ଆସିବାକୁ ଚେଷ୍ଠା କରିବା ବେଳେ ବାହାର ପଟ ଗେଡା ମାରିଥିବାରୁ ବାହାରକୁ ଆସି ପାରି ନଥିଲେ। ଉପର ମହଲାର ଲୋକଙ୍କୁ ଜଣେଇବା ପରେ ସେମାନେ ଆସି ଗେଡା ଖୋଲିବା ପରେ ବାହାରକୁ ଆସିବା ବେଳେ ମଟର ସାଇକ ଗୁଡିକ ସମ୍ପୂର୍ଣ ପୋଡି ଯାଇଥିଲା। ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି। ଅନ୍ୟପଟେ କର୍ମଚାରୀ ମାନେ ଭିତରେ ସୋଇଥିବା ବେଳେ ନିଆଁ ଧାସରେ ସ୍ୱାସ ରୁଦ୍ଧ ଅବସ୍ଥାରେ ରହିଥିବା ବେଳେ ୫କର୍ମଚାରୀ ଅଳ୍ପକେ ବର୍ତିଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.