ମାଲକାନଗିରି ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

add-all

ବାଲିମେଳା (୨୮/୦୯) : ସାଇବର କ୍ରାଇମ ରୁ ମୁକ୍ତ ହେବ ଓଡିଶା। ପ୍ରସ୍ତୁତ ହେଉଛି ନୂତନ ରଣନୀତି । ଅନଲାଇନ ସିଷ୍ଟମ ଠାରୁ ବ୍ୟାଙ୍କ ଏବଂ ମୋବାଇଲ ଆପ ମାଧ୍ୟମରେ ଆଉ ସାଇବର ଠକଙ୍କ ଜାଲରେ ପଡିବେ ନାହିଁ ଓଡିଶା ବାସୀ । ଯାହାର ପରିକଳ୍ପନା କରି ସାଇବର କ୍ରାଇମ କୁ ରୋକିବା ଲାଗି ଓଡିଶା ପୋଲିସ ନିଜର ପୋଲିସିଙ୍ଗ ସିଷ୍ଟମ କୁ କରୁଛି ସୁଦ୍ରଢ଼ । ରାଜ୍ୟର ୩୦ଟି ଜିଲ୍ଲାରେ ଗାନ୍ଧୀ ଜୟନ୍ତୀ ଦିନ ଏହାର ଶୁଭାରମ୍ଭ କରିବା ସହ ସାଧାରଣ ଲୋକେ ଯେମିତି ସାଇବର କ୍ରାଇମ ର ଶିକାର ନ ହେବେ ସେଥିଲାଗି ଏକ ସଚେତନତା ରଥ ୩୦ ଟି ଜିଲ୍ଲାର ସ ସମସ୍ଥ ଥାନା ଅଞ୍ଚଳରେ ପରିଭ୍ରମଣ କରିବା ସହ ଲୋକଙ୍କୁ ସଚେତନ କରିବ । ତେବେ ଏହି ସଂକ୍ରାନ୍ତ ରେ ମାଲକାନଗିରି ଜିଲ୍ଲା ଏସ୍ସିଙ୍କ କାର୍ଯ୍ୟାଳୟ ରେ ଆଜି ଜିଲ୍ଲାର ସମସ୍ତ ଥାନାର ଥାନା ଅଧିକାରୀଙ୍କ ସହ ବ୍ୟାଙ୍କ କର୍ମଚାରୀ ଓ ଗଣମାଧ୍ୟମଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ଏସପି ଅଧ୍ୟକ୍ଷତା କରି ସାଇବାର କ୍ରାଇମ କୁ କେମିତି ରୋକାଯିବ ତାହା ବୁଝାଇବା ସହ ମାଲକାନଗିରି ପୋଲିସ ଚଳିତ ବର୍ଷ ୮୦ଟି ସାଇବର କେସ କୁ ସମାଧାନ କରିବାରେ ସଫଳ ହୋଇଥିବା କହିଛନ୍ତି । ଏଥି ସହିତ ଶିଶୁ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ଯେମିତି କି ଶିଶୁ ମାନେ ସାଇବର ବା ସୋସିଆଲ ମିଡିଆ ମାଧ୍ୟମରେ ଖରାପ ଦିଗକୁ ଗତି ନକରିବା ଓ ନିଜର ଫନ ନ ଅଜଣା ବ୍ୟକ୍ତି ଙ୍କୁ ନଦେବା ଏବଂ ସୋସିଆଲ ମିଡିଆ ରେ ନିଜର ନାମ ଠିକଣା କୁ ଗୋପନିଅ ରଖିବା ଏଭଳି ଅନେକ ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆଗାମୀ ଦିନରେ ଏହି ରଥ ଜିଲା ର ପ୍ରତ୍ୟକ ଥାନାରେ ବୋଲିବା ସହିତ ଲୋକ ସଚେତନ କରାଇବାରେ ସହାୟକ ହେବ ବୋଲି ଆରକ୍ଷୀ ଅଧିକାରୀ ସୂଚନା ଦେଇଥିଲେ ।

ad-week
Leave A Reply

Your email address will not be published.