ସାରୁ ଗ୍ରାମର ସୁକଦେବଙ୍କୁ ହତ୍ୟା ଘଟଣା : ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

add-all

ହିଞ୍ଜିଳିକାଟୁ (୨୮/୯): ହିଞ୍ଜିଳି ଥାନା ସାରୁ ଗ୍ରାମରେ ଗତ ୨୦୧୭ ମସିହା ଏପ୍ରିଲ ୩୦ ତାରିଖରେ ତାସଖେଳକୁ କେନ୍ଦ୍ର କରି ହତ୍ୟା ଘଟଣା ଘଟିଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଗ୍ରାମର ଶୁକଦେବ ନାଇକଙ୍କ ମୃତ୍ୟୁ ଘଟିଥିଲା । ଘଟଣା ନେଇ ମୃତକଙ୍କ ସ୍ତ୍ରୀ ଝିଲି ନାଇକ ୨୦୧୭ ମେ ୧ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୮୪/୧୭ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରି ଆକ୍ରମଣକାରୀ ଦିଲ୍ଲୀ ଦାସ, ରମାରଥ ଦାସ ଓ ସୁଧିର ଦାସଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଏକ ରକ୍ତ ଲାଗିଥିବା ଏକ ଛୁରୀକୁ ଜବତ କରି କୋର୍ଟ ଚାଲାଣ କରିଥିବା ତତ୍କାଳୀନ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଥିଲେ। ଗୁରୁବାର ହିଞ୍ଜିଳିକାଟୁ ସର୍କିଟ କୋର୍ଟରେ ଛତ୍ରପୁର ଅତିରିକ୍ତ ଜିଲ୍ଲାଦୌରା ଜର୍ଜ ମନୋରଞ୍ଜନ ଦାଶ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ। ପ୍ରକାଶ ଥାଉକି, ୩୦ ଏପ୍ରିଲ ୨୦୧୭ ମସିହା ରବିବାର ରାତିରେ ଗ୍ରାମ କୋଠଘରେ ତାସ ଖେଳ ଚାଲିଥିବା ବେଳେ ସାମାନ୍ୟ କଥାକୁ କେନ୍ଦ୍ର କରି ସୁକଦେବଙ୍କ ସହ ସେହି ଗ୍ରାମର ଦିଲି, ରାମରଥ ଓ ସୁଧିର ଦାସଙ୍କ ସହ କଥା କଟାକଟି ହୋଇଥିଲା । ପରେ ସୁକଦେବ ଘଟଣା ସ୍ଥଳରୁ ଘରକୁ ଫେରିଥିଲେ । ଆକ୍ରମଣକାରୀ ୩ ଯୁବକ ସୁକଦେବଙ୍କ ଘରେ ପଶି ତାଙ୍କୁ ଘରୁ ବାହାରକୁ ଟାଣି ଆଣିବା ସହ ଗାଁ ସାହି ମଝିରେ ଏକ ଧାରୁଆ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସୁକଦେବ ଗୁରୁତର ଆହତ ହୋଇଥିଲେ ।‌ ଉପସ୍ଥିତ କିଛି ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ ।

ad-week
Leave A Reply

Your email address will not be published.