
ମାଲକାନଗିରି : ତୃଣମୂଳସ୍ତରରେ ବଳିଷ୍ଠ ହେଉଛି ବିଜୁ ଜନତା ଦଳ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ ବିଜୁ ଜନତା ଦଳର ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା ସଭାପତି ତଥା ପୁର୍ବତ୍ତନ ବିଧାୟକ ମାନସ ମାଡ଼କାମୀଙ୍କ ନେତୃତ୍ୱରେ ମାଲକାନଗିରି ନିର୍ବାଚନମଣ୍ଡଳୀର ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ସାହୁ , ବିଜେପି ପୁର୍ବତ୍ତନ ପୁସୁଗୁଡା ସରପଞ୍ଚ ରାମ ରାବା ,ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ବାଲିମେଳା ନଗର ର ଏନ୍ ଦାଶରଥି ପ୍ରମୁଖ ଆଜି ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟ ସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ,ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସ୍ୱତନ୍ତ୍ର ପ୍ରତିନିଧି ପ୍ରକାଶ କୁମାର ମହାନ୍ତି ,ବିଜେଡି ପ୍ରବକ୍ତା ଅମିତ ମଲ୍ଲିକ ଓ ମାଲକାନଗିରି ଜିଲ୍ଲା ବିଜୁ ମହିଳା ଜନତା ଦଳର ପର୍ଯ୍ୟବେକ୍ଷକ ଲୋରା ମହାପାତ୍ର ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହେଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକ ,ସୁକଦେବ ବୈରାଗୀ ,କେ. ରାହୁଲ ।