ଅଭିନବ ଢଙ୍ଗ ରେ ଭାଗବତ ଜନ୍ମ ପାଳନ

add-all

ରାଜନଗର(୨୯/୦୯) : କେନ୍ଦ୍ରାପଡା ଜିଲ୍ଲା ରାଜନଗର /ଆଳି ଅଞ୍ଚଳରେ ଦେଖିବାକୁ ମିଳିଛି ଆଜି ଥିଲା ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥି । ଯାହା ଆମ ଓଡ଼ିଆ ଘର ର ପୁର ପଲ୍ଲୀରେ ଇନ୍ଦୁ ପୂର୍ଣ୍ଣମୀ ଭାବେ ପରିଚିତ। ପୁରାଣ ଶାସ୍ତ୍ର ଅନୁଯାୟୀ ଆଜି ମହାପ୍ରଭୁ ଶ୍ରୀ ଶ୍ରୀ ଭାଗବତ ଙ୍କ ଜନ୍ମ। ଏହି ଭକ୍ତି ର ଦିବସ ଅବସର ରେ ଅଭିନବ ଉପାୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପାଳନ କରିଥିଲେ। ଯାହା କି ଆମେ ବହୁ ଆଗରୁ ଦେଖି ଆସିଥିଲୁ କି ଓଡ଼ିଶା ର ପ୍ରତ୍ୟେକ ଗ୍ରାମ ରେ ଓ ସହର ରେ ମଧ୍ୟ ଭାଗବତ ଟୁଙ୍ଗି ଥିଲା । ଯେଉଁ ଠାରେ କି ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟା ରେ ଭାଗବତ ପଠନ କରାଯାଏ, ଯାହା କୁ ଶୁଣି ଆବାଳ ବୃଦ୍ଧ ବନିତା ନିଜ ଆତ୍ମ ତୃପ୍ତି ପାଇବା ସହ କିଛି ସଂସ୍କାର ଶିଖନ୍ତି। କାଳ କ୍ରର୍ମେ ଆଉ ତାହା ଦେଖିବାକୁ ମିଳୁନାହିଁ। ନା ଅଛି ସେ ଭାଗବତ ଟୁଙ୍ଗି ନା ଆଉ ଶୁଭୁଚି ସେ ଭାଗବତ ର ମଧୁର ସ୍ୱର। ଏହି ସବୁ କୁ ଲକ୍ଷ୍ୟ କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ କ୍ରମେ ବାଲୁକା ଶିଳ୍ପୀ ଶ୍ରୀ ବଲ୍ଲଭ ମହାପାତ୍ର ଙ୍କ ଦ୍ଵାରା କେନ୍ଦ୍ରାପଡା ସହର ଉପକଣ୍ଠ ପୌରପାଳିକା ୱାର୍ଡ ନମ୍ବର 10 ଅନ୍ତର୍ଗତ ମଢିଆଳ ଗ୍ରାମ ର ଶ୍ରୀ ବୁଢ଼ା ଗୋସାଇଁ ମନ୍ଦିର ରେ ବାଲୁକା ରେ ନିର୍ମିତ କରାଯାଇଥିଲା। ଶ୍ରୀ ଶ୍ରୀ ଭାଗବତ ମହାପ୍ରଭୁ ଙ୍କ ମୂର୍ତ୍ତି ଓ ଭାଗବତ୍ ଗ୍ରନ୍ଥ ର ରଚୟତା ଜଗନ୍ନାଥ ଦାସ ଙ୍କ ଏକ ଅବିକଳ ମୂର୍ତ୍ତି ବାଲୁକା ରେ ନିର୍ମିତ କରିଥିଲେ। ସମସ୍ତ ଙ୍କୁ ବାର୍ତ୍ତା ଦେଇଥିଲେ କି ଆମେ ଯଦି ଆମ ପିଲା ମାନଙ୍କୁ ଛୋଟ ବେଳୁ ଭାଗବତ ଗୀତା ପଢିବା ର ଅଭ୍ୟାସ କରିବା ସେ ବଡ଼ ହୋଇ ଖରାପ ରାସ୍ତା ଅନୁସରଣ ନ କରି ଭଲ ସଂସ୍କାର ପାଇବା ସହ ବିଭୁ କୃପା ରେ ଲୀନ ହେବେ। ନିଜ ଜୀବନ କୁ ସରସ ସୁନ୍ଦର କରିବେ ବୋଲି ବାର୍ତ୍ତା ଦେଇଥିଲେ । ଏହା ଦେଖି ଉକ୍ତ ଗ୍ରାମ ର ମୂରବୀ ତୁଲ୍ୟ ଲୋକ ଓ ସହର ର କୋଣ ଅନୁକୋଣ ରୁ ଆସିଥିବା ବହୁ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇ ଥିଲେ । ଏହି ଦେବ ତୁଲ୍ୟ କାର୍ଯ୍ୟ ରେ ଶିଳ୍ପୀ ଶ୍ରୀ ବଲ୍ଲଭ ମହାପାତ୍ର ଙ୍କ ସମେତ ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି , କେଦାର ସ୍ବାଇଁ,ରଶ୍ମି ରଂଜନ ବାରିକ,ବିନୋଦ ପଣ୍ଡା,ତପନ କୁମାର ନାଥ,ବିଭୁ ପ୍ରସାଦ ସାହୁ, କାଳନ୍ଦୀ ମଲ୍ଲିକ,ଅଜୟ ସେଠୀ,ଶାନ୍ତନୁ ମଲିକ, ମନୋଜ ରାଉତ, ଭାବଗ୍ରାହୀ ସାହୁ, ସନ୍ତୋଷ ବେହେରା, ସତ୍ୟ ରଞ୍ଜନ ସାହୁ, ରମେଶ ଚନ୍ଦ୍ର ସାହୁ ଓ ଗୋଷ୍ଠେଶ୍ଵର ମହାଦେବ ମନ୍ଦିର ର ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.