ଦାରିଙ୍ଗବାଡ଼ି ଠାରେ ସ୍ୱଚ୍ଛତା ହିଁ ସେବା, ଶ୍ରମଦାନ ଦ୍ୱାରା ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ଦାରିଙ୍ଗବାଡ଼ି,୧/୧୦, ଦାରିଙ୍ଗବାଡ଼ି ଠାରେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ ଓ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ଶାଖାର ମିଳିତ ସହଯୋଗରେ ସ୍ୱଚ୍ଛତା ହିଁ ସେବା ଓ ଶ୍ରମଦାନ ଦ୍ୱାରା ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ବ୍ଲକ ପରିସରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରି ବ୍ଳକ ରୋଡ଼, ଚାରି ଛକ ଚତୁର୍ପାର୍ଶ୍ଵରେ ଥିବା ଅଳିଆ ଆବର୍ଜନା କାଢ଼ି ସଫା କରିଥିଲେ। ଏହାପରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର, ଷ୍ଟେଟ ବ୍ୟାଙ୍କ ଶାଖା ପରିସର ସହିତ ତିନି ଛକ ପର୍ଯ୍ୟନ୍ତ ସମୂହ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଏହାକୁ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ବିଭାଗ କର୍ମଚାରୀ, ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀ,ସ୍ବେଚ୍ଛାସେବୀ, ବରିଷ୍ଠ ନାଗରିକ ଯୋଗଦେଇ ଦାରିଙ୍ଗବାଡିକୁ ସଫା କରିବା ପାଇଁ ଶ୍ରମଦାନ କରିଥିଲେ ।

ad-week
Leave A Reply

Your email address will not be published.