ରିଘାଗଡ ଜରାନିବାସରେ ଵରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଯୋଗଦେଲେ ବିଚାରପତି

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଇଶ୍ବରପୁରୁ ପଞ୍ଚାୟତ ରିଘାଗଡ ଠାରେଥିବା ଜରାନିବାସରେ ଆଜି ବରିଷ୍ଠ ନାଗରିକ ଦିବସ ପାଳନହୋଇ ଯାଇଅଛି।କେନ୍ଦ୍ରାପଡା ଜିଲ୍ଲା ପ୍ରାଧିକରଣ ଏଵଂ ପଟ୍ଟାମୁଣ୍ଡାଇ ସିଭିଲ୍ କୋର୍ଟ ତାଲୁକା ଲିଗାଲ ସେବା ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଧିକରଣ ବିଚାରପତି ସୁମିତ୍ରା ସାହୁ ଅଧ୍ୟକ୍ଷତା କରିଥିବା ଵେଳେ ଆଇନୀଜୀବୀ ସୁରେଶ କୁମାର ନରେନ୍ଦ୍ର ସଂଯୋଜନା କରିଥିଲେ।ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ସିଭିଲ ଜଜ୍ ସୁଶ୍ରୀ ସଙ୍ଗୀତା ମଲ୍ଲିକ୍ ଓ ଜେଏମ ଏସସି ବିଚାର ପତି ମୋନାଲିସା ପ୍ରଧାନ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ବୁଝି ସେମାନଙ୍କ ସୁସ୍ଥ ଜୀବନ ଯାପନ ପାଇଁ ଆଧ୍ୟାତ୍ମିକ ଉପରେ ଗୁରୁତ୍ବାରପ କରିଥିଲେ।ରାଜନଗର ସ୍ବାସ୍ଥ୍ୟ କେନ୍ଦ୍ର ଓ କୃଷ୍ଣ ଚନ୍ଦ୍ର ସାହିତ୍ୟ ସଂସଦର ସମ୍ପାଦକ ସୁଶ୍ରୀ ପରିଡାଙ୍କ ସହଯୋଗରେ ଏକ ସ୍ବାସ୍ଥ୍ୟ ଶିବିର କରାଯିବାକୁ ଆଲୋଚନା ହୋଇଥିଲା।ଏହି ଜରାନିବାସର ଵୃଦ୍ଧାମାନଙ୍କୁ କେକ୍ କାଟି ଫଳ,ମିଠା,ବିସ୍କୁଟ ବଣ୍ଟନ କରାଯିବା ଵେଳେ ସୁପରିଟେଣ୍ଡେଣ୍ଟ ସସ୍ମୀତା ଦାସ,ଅପର୍ଣ୍ଣା ସାମଲ,ମିନାକ୍ଷୀ ଵିଶ୍ବାଳ,ଲୋକନାଥ ଵେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ବାର୍ ଆସୋସିଏସନର ସଂପାଦକ ରବିନ୍ଦ୍ର ନାଥ ଦାସ ଅତିଥି ପରିଚୟ ଦେଇଥିବା ଵେଳେ ଆଇନଜୀଵୀ ଧିରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.