ଫୁଲବାଣୀରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ…

youtube

୧୬୭ ଥର ରକ୍ତଦାନ ପାଇଁ ପ୍ରଶାନ୍ତ ବେହେରା ଓ ବିରଳ ରକ୍ତଦାନ ପାଇଁ ଭି ଲୋକନାଥ ରାଜୁ ସମ୍ବର୍ଦ୍ଧିତ

ଫୁଲବାଣୀ : ଫୁଲବାଣୀରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଫୁଲବଣୀର ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରାଙ୍କୁ, ତାଙ୍କର ଦିର୍ଘ ୪୦ ବର୍ଷର ରକ୍ତଦାନ ସେବା ତଥା ୧୬୭ ଥର ରକ୍ତଦାନ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ରକ୍ତ ଭଣ୍ଡାର ପକ୍ଷରୁ, ସମ୍ମାନିତ କରାଯାଇଛି। ଏହା ସହିତ ଫୁଲବାଣୀର ଟିମ୍ ହ୍ୟୁମାନିଟିର ଆବାହକ ଭି ଲୋକନାଥ ରାଜୁଙ୍କୁ ୧୪ ବର୍ଷ ଧରି ବିଭିନ୍ନ ନିରବଚ୍ଛିନ୍ନ ସେବା ଓ ତାଙ୍କର ବିରଳ ବର୍ଗର ରକ୍ତଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ଏହି ଅବସରରେ ଫୁଲବାଣୀ ରକ୍ତଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଭାତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରାଯିବା ସମେତ କିଭଳି ଭାବେ ନୁତନ ସ୍ବେଛାକୃତ ରକ୍ତଦାତା ସୃଷ୍ଟି କରାଯାଇ ପାରିବ ସେହି ଦିଗରେ ପ୍ରଚେଷ୍ଟା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ପ୍ରଧାନ,କଲେଜର ରେଡକ୍ରସ୍ ଦାୟିତ୍ଵରେ ଥିବା ଅଧ୍ଯାପକ ସୁକାନ୍ତ କୁମାର ବେହେରା, ଫୁଲବାଣୀ ଶିଳ୍ପ ତାଲିମ କେନ୍ଦ୍ର ର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇ ଜିଲ୍ଲା ରେ ରୋଗୀ ମାନଙ୍କ ରକ୍ତର ଆବଶ୍ୟକତା ପୁରଣ କରିବା ପାଇଁ ଗ୍ରାମାଞ୍ଚଳ ସ୍ତରରେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମ କୁ ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ଶେଷରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଜୟଦୀପ ଘୋଷ ଏହି ଅବସରରେ ସମସ୍ତ ସଂଗଠନ ଓ ବ୍ଯକ୍ତି ବିଶେଷ ଯେଉଁ ମାନେ ବର୍ଷ ସାରା ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ସହାୟତା କରୁଛନ୍ତି ସେମାନଙ୍କ ସମେତ ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇ ସହାୟତା କରିଥିବା ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ର ବିଜୁ ଜନତା ଦଳର ସଭାପତି ସୁନୀଲ କୁମାର ସେଠୀ, ଫୁଲବାଣୀ ରକ୍ତଦାନ ସମିତିର ମନୋଜ କୁମାର ଚୌଧୁରୀ, ଉମେଶ ପ୍ରସାଦ ପାତ୍ର, ଫୁଲବାଣୀ ଟିମ୍ ହ୍ୟୁମାନିଟି ସଦସ୍ୟ, ଏଲଆଇସି ଅଫିସର କର୍ମଚାରୀ, ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରମେଶ ଚନ୍ଦ୍ର ପ୍ରଧାନ ପଲିଟେକନିକ୍ କଲେଜର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ରକ୍ତଭଣ୍ଡାର କର୍ମଚାରୀ ଦୀନକୃଷ୍ଣ ମହନ୍ତ, ପ୍ରଶାନ୍ତ କୁମାର ରତ୍ନାଲୁ,ସୁଜିତ୍ କୁମାର ସାହୁ ଏବଂ ବରୁଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.