ଲଷ୍ମୀପୁରଖେରୀ ଶହୀଦଙ୍କ ପାଇଁ ଦେଶଵ୍ୟାପୀ ଶ୍ରମିକ କୃଷକ ସଙ୍ଗଠନ ପକ୍ଷରୁ କଳାଦିବସ ପାଳନ…

add-all

ବ୍ରହ୍ମପୁର : ୩ ବର୍ଷ ପୂର୍ବେ ଆଜିର ଦିନରେ ୩ କଳା କୃଷି ଆଇନ ବାତିଲ ଦାବୀରେ ଦେଶ ଵ୍ୟାପୀ ଚାଷୀ ଆନ୍ଦୋଳନ ଚାଲିଥିଲା । ଉତ୍ତର ପ୍ରଦେଶ ଲଷ୍ମୀପୁର ଖେରୀରେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ କାର ଚଢେଇ କେନ୍ଦ୍ରମନ୍ତ୍ରୀ ଅଜୟ ଟେନିଙ୍କ ପୁଅ ଚାଷୀଙ୍କୁ ହତ୍ୟା କରିଥିଲେ । ଅପରାଧି ମାନଙ୍କୁ ଦଣ୍ଡ ଦେବା ପରିବର୍ତେ କେନ୍ଦ୍ରମନ୍ତ୍ରୀ ଟେନି କେନ୍ଦ୍ର ସରକାରଙ୍କ ସହାୟତାରେ ସେମାନଙ୍କୁ ଘଣ୍ଟ ଘୋଡାଇ ଚାଲିଛନ୍ତି।ତେଣୁ ଅପରାଧୀଙ୍କୁ ଦଣ୍ଡଦିଅ,ଅଜୟ ମିଶ୍ର ଟେନିଙ୍କୁ ବହିଷ୍କାର କର, ଚାଷୀ ଆନ୍ଦୋଳନ ସହିତ ହୋଇଥିବା ଚୁକ୍ତିମୁତାବକ MSP ପାଇଁ ଆଇନ କର, ସମସ୍ତଙ୍କୁ 10 ହଜାର ଟଙ୍କା ପେନସନ ଦିଅ, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ କର ଭଳି ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ସ୍ୱାଧୀନ ଫେଡରେସନ ମାନଙ୍କ ପକ୍ଷରୁ ଅକ୍ଟୋବର 03 ରେ ଦେଶ ଵ୍ୟାପୀ କଳା ଦିବସ ପାଳନ କରିବା ପାଇଁ ଆହ୍ୱାନ ଦିଆ ଯାଇଥିଲା। ଆଜି ବ୍ରହ୍ମପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।
ଏଥିରେପ୍ରକାଶ ପାତ୍ର, ପୀତବାସ ପଣ୍ଡା,ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ବାବୁଲା ନାୟକ, ମଧୁ ବେହେରା, ହରୀକୃଷ୍ଣ ରେଡି, ରଂଜନ ପାତ୍ର, ନୃସିଂହ ବ୍ରହ୍ମା ,ପ୍ରବୀଣ ଦାସ, କାମ ଦେବ ପାହାନ, ନୀଳକଣ୍ଠ ଦାସ,ମହମଦ ଉସମାନ, ସତ୍ୟ ନାରାୟଣ ତ୍ରିପାଠୀ, ପ୍ରତାପ ପ୍ରଧାନ, ଅବନୀ ଗୟା ପ୍ରମୁଖ ନେତୃତ୍ୱ ନେଇଥିଲେ।

ad-week
Leave A Reply

Your email address will not be published.