ଆଦିବାସୀ ଗ୍ରାମର ଜଙ୍ଗଲ ଜମି ହିତାଧିକାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ…

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଚନ୍ଦନପୁର, ଘୋଡ଼ାପୋଡା ଓ କାଳୀମେଘି ଗ୍ରାମ ପଂଚାୟତ ଅନ୍ତର୍ଗତ ସମସ୍ତ ଆଦିବାସୀ ଗ୍ରାମର ଜଙ୍ଗଲ ଜମି ହିତାଧିକାରୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ଚାଷୀ ନେତା ବିଜୟ ସ୍ୱାଇଁ ଙ୍କ ନେତୃତ୍ୱ ରେ ପ୍ରଦାନ କରାଯାଇଛି , ଜଙ୍ଗଲ ଅଧିକାର ଆଇନ 2006 ସଂଶୋଧିତ ନିୟମ 2012ର ଧାରା 16ଅନୁଯାଇ ସମସ୍ତ ଗ୍ରାମ ଗୁଡିକର ଜଙ୍ଗଲ ଜମି ଶିରୋନାମା ପାଇଥିବା ସମସ୍ତ ମାନଙ୍କ ଜୀବନ ଜୀବିକା ର ବିକାଶ ପାଇଁ ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ଜଳସେଚନ, ଜମି ସମତଳ, ମହୁଚାଷ, କୁକୁଡ଼ା ଚାଷ, ଫଳ ବୃକ୍ଷ ରୋପଣ ସାଥିରେ ଅନ୍ୟାନ୍ୟ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉ ଏବଂ ସମସ୍ତ ସରକାରୀ ଯୋଜନା ର ସୁବିଧା ଅଗ୍ରାଧିକାର ଭିତରେ ଯୋଗାଇ ଦିଆଯାଉ ବୋଲି ସେମାନେ ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି, ଏହି ଦାବୀ ପତ୍ର ପ୍ରଦାନ ବେଳେ ଶଙ୍କର ଶବର, ଗୁରବାରୀ ଶବର, ଡାଙ୍ଗୁଆ ଶବର, ଶାନ୍ତି ଶବର, ନିରଞ୍ଜନ ଶବର, ମଞ୍ଜୁ ଶବର, ସନ୍ତୋଷ ଶବର ଗୁଣ୍ଡିଚା ଶବର, ସମିତା ଶବର ପ୍ରମୁଖ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.