ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ…

add-all

ଦାରିଙ୍ଗବାଡି,୩/୧୦, ପକାରୀ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଅଞ୍ଚଳ ବୃଦ୍ଧବୃଦ୍ଧାଙ୍କୁ ଅତିଥିମାନେ କମ୍ବଳ ବାଣ୍ଟିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ସରପଞ୍ଚ ସାକଡ଼ା ରୂପାମାଝୀ, ନାଏବ ସରପଞ୍ଚ ରଶ୍ମିତା ନାୟକ, ବିଦ୍ୟାଳୟ ପରିଚାଳନା ସଭାପତି ମର୍ଗ ପ୍ରଧାନ, ମୋ ସ୍କୁଲ ଅଭିଯାନ ସଭାପତି ଅଙ୍ଗଦ ନାୟକ, ଶଶାକ ପ୍ରଧାନ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଜୀ ଫୋଟୋ ଚିତ୍ରରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ମହାପୁରୁଷଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଏହାପରେ ପକାରୀ ଅଞ୍ଚଳର ବୃଦ୍ଧବୃଦ୍ଧାଙ୍କୁ ଅତିଥିମାନେ କମ୍ବଳ ବଣ୍ଟନ କରିଥିଲେ। ଶିକ୍ଷକ ଦେଵବ୍ରତ ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲା ବେଳେ ଶିକ୍ଷକ ପ୍ରଭାସ ଚନ୍ଦ୍ର ରଥ, ଯକ୍ଷ ବେହେରାମାଝୀ, କୁମୁଦ ଗଣ୍ଡା, ଗୋବିନ୍ଦ ଚନ୍ଦ୍ର ମହାରଣା ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.