ସାଇବର ଅପରାଧ ରୋକିବା ନିମନ୍ତେ ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ ଓ ଏସପି…

add-all

ବ୍ରହ୍ମପୁର : ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଏବଂ ସାଇବର ଅପରାଧରୁ ଲୋକମାନେ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ବ୍ରହ୍ମପୁର ପୋଲିସ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ରୁ ଏକ ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ , ସାଇବର ସୁରକ୍ଷିତ ଓଡିଶା ବାର୍ତ୍ତା ଦେଇ ଏହି ରଥ ଆଜି ଅର୍ଥାତ ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ସାଇବର ଅପରାଧ ରୁ କିପରୀ ଜନସାଧାରଣ ନିବୃତ ରହିବେ ସେଥି ସକାଶେ ଏହି ସଚେତନତା ରଥ ବୁଲିବ । ଏହି ରଥ ଜିଲ୍ଲାର ପ୍ରତ୍ୟେକ ଥାନା ଅଂଚଳ କୁ ଗ୍ରସ୍ତ କରି ଭିଡିଓ ଅଡିଓ ଜରିଆରରେ ସଚେତନତା ବାର୍ତ୍ତା ପ୍ରଦାନ କରିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି l ଆଜି ଏହାସହିତ ବିଭିନ୍ନ ସହର ଓ ସ୍କୁଲ , କଲେଜ ଏବଂ ଗାଁକୁ ଏହି ରଥ ବୁଲି ସଚେତନ କରି । ବିଶେଷ ଭାବେ ଗ୍ରାମାଞ୍ଚଳ କୁ ଅଧିକ ଫୋକସ୍ କରାଯିବ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ମହିଳା ଓ ବରିଷ୍ଠ ନାଗରିକ ଏବଂ ଯୁବ ପିଢି ମାନେ କିପରୀ ଅଧିକ ସଚେତନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଏସପି କହିଛନ୍ତି l

ad-week
Leave A Reply

Your email address will not be published.