ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ସୁନ୍ଦରଗଡ଼, ୦୮/୧୦: ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ଉତ୍ସବରେ ସଦର ବିଧାୟିକା କୁସୁମ ଟେଟେ ଯୋଗ ଦେଇ ନୂଆଁଖାଇ ଭେଟଘାଟ ପାଳନ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ନୂଆଁଖାଇ ପାଳନର ମହତ୍ତ୍ଵ ସମ୍ପର୍କରେ କହିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ ନୂଆଁଖାଇ ହେଉଛି ଆମର ମୁଖ୍ୟ ପର୍ବ, ଆମର ସଂସ୍କୃତି ଓ ପରମ୍ପରା ଏବଂ ଏହି ପରମ୍ପରା ବଜାୟ ରଖିବା ଆମ ମାନଙ୍କର ଦାୟିତ୍ଵ ବୋଲି ଅଭିହିତ କରିଥିଲେ।


କାର୍ଯ୍ୟକ୍ରମରେ ଗ୍ରାମପୂଜକମାନଙ୍କ ଦ୍ଵାରା ପାରମ୍ପରିକ ନୂଆଁଖାଇ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସେହିଭଳି ବିଭିନ୍ନ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ପାରମ୍ପରିକ ପିଠାପଣା, ଖିରି, ଖେଚୁଡ଼ି ଆଦିର ଆୟୋଜନ କରାଯାଇ ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା ଏବଂ ସମସ୍ତଙ୍କୁ ପାରମ୍ପରିକ ଭାବେ ପିଠାପଣା ପରିବେଷଣ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ପାରମ୍ପରିକ ସମ୍ବଲପୁରୀ, ଆଦିବାସୀ ନୃତ୍ୟ ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରିୟଙ୍କା ଜେନା ଓ ମନୋଜ ସାହୁ ସଂଯୋଜନା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅଭିମନ୍ୟୁ ମାଝୀ, ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ଅଧୀକ୍ଷକ ଯନ୍ତ୍ରୀ ନାରାୟଣ ପଟେଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଜିଲ୍ଲାର ବରିଷ୍ଠ କଳାକାର, ବରିଷ୍ଠ ନାଗରିକ, ଜନସାଧାରଣ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.