
ହିଞ୍ଜିଳିକାଟୁ, ୯/୧୦(): ସୋମବାର ସକାଳେ ହିଞ୍ଜିଳି ଥାନା ଖରିଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଂପୃକ୍ତ ଗ୍ରାମର ବିପ୍ର ରାଉଳ (୫୫) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୨୭/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ସୋମବାର ସକାଳେ ବିପ୍ର ଘରର ପାଣି ମୋଟର ଚଲାଇବା ପାଇଁ ବିଦ୍ୟୁତ୍ ସଂଯୋଗ କରିଥିଲେ। କିନ୍ତୁ ପାଣିମୋଟରଟି କାର୍ଯ୍ୟକ୍ଷମ ନହେବାରୁ ବ୍ୟକ୍ତି ଜଣଙ୍କ ଅସାବଧାନତା ବଶତଃ ବିଦ୍ୟୁତ୍ ସଂଯୋଗ ଥିବା ସମୟରେ ପାଣି ମୋଟର ତିଆରି କରିବା ପାଇଁ ଖୋଲିଥିଲେ। ସେହି ସମୟର ବିଦ୍ୟୁତ୍ ଆଘାତ ପାଇ କିଛି ଦୂରକୁ ଛିଟିକି ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି।