
ହିଞ୍ଜିଳିକାଟୁ, ୯/୧୦(): ହିଞ୍ଜିଳି ଥାନା ଗିରିଆ ଗ୍ରାମରେ ସୋମବାର ସକାଳେ ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ସେହି ଗ୍ରାମର ଶିବ ଦାସ (୨୫) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୨୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଏଏସଆଇ ସୁବାଷ ଚନ୍ଦ୍ର ମିଶ୍ରଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ସୋମବାର ଭୋରରୁ ଗ୍ରାମ ପୋଖରୀ ନିକଟରେ ଏକ ଗମ୍ଭାରୀ ଗଛରେ ରଶି ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଗ୍ରାମର କିଛି ଲୋକ ଦେଖି ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଘରକୁ ଆଣିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଯୁବକଙ୍କ ଘରେ ପହଞ୍ଚି ମୃତଦେହକୁ ଜବତ କରିଛି। ଘଟଣା ନେଇ ମୃତ ଯୁବକଙ୍କ ବାପା ବ୍ରଜ ଦାସ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।