ବ୍ରହ୍ମପୁର ରେ ହୁକ୍କାବାର ନିଶା ର ଶିକାର ଯୁବପିଢ଼ି… !ପୋଲିସ ବାବୁଙ୍କ ଆଶୀର୍ବାଦ ରେ ଚାଲିଛି ନିଶା ବେପାର…

add-all


ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ଙ୍କ ଖୋଦ ଜିଲ୍ଲା ବ୍ରହ୍ମପୁର ରେ ହୁକ୍କାବାର ବ୍ୟବସାୟ ଆରମ୍ଭ ଯୁବପିଢ଼ି ନିଶା ରେ ମସଗୁଲ। ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେ ହୁକ୍କାବାର କରିବାକୁ ନିଶା ମାଫିଆ ମାନଙ୍କୁ ନିର୍ଦ୍ଧେଶ ମିଳୁନଥିବା ବେଳେ ବ୍ରହ୍ମପୁର ରେ କେମିତି ନିର୍ଦ୍ଧେଶ ମିଳିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।ବ୍ରହ୍ମପୁର ହୁକ୍କାବାର ର ମାଲିକ ପୋଲିସ ର ଗେଲ୍ହା ପୁଅ କି ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି। ଏହି ହୁକ୍କାବାର କୁ ମାଲକାନଗିରି, ଦିଗପହଣ୍ଡି ଓ ଗଜପତି ଜିଲ୍ଲା ରୁ ଗ୍ରୀନ ଜହେର ଆସୁଥିବା ଓ ଅନ୍ୟ ନିଶା ସାମଗ୍ରୀ ର କଞ୍ଚା ମାଲ ଆସୁଥିବା ଚର୍ଚ୍ଚା ହେବାରେ ଲାଗିଛି। ଏହି ନିଶା ପଛରେ ଅଧିକାଂଶ କରି ଯୁବପିଢି ଆପଣେଇଥିବାର ଲକ୍ଷ କରାଯାଇଛି। ଏପଟେ ପୋଲିସ ଓ ଅବକାରୀ ବିଭାଗ ଛୋଟ ମୋଟ ଗଞ୍ଜେଇ ବ୍ୟବସାୟୀ ଙ୍କୁ ଅଙ୍କୁଶ ଲଗାଇ ଧରାପଗଡ଼ କରୁଥିବା ବେଳେ ବଡ଼ ମାଛ କୁ ଛାଡି ପ୍ରବଳ ଆଦାୟ ରେ ବ୍ୟସ୍ତ ରହୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ବେଳେ ଥାଉ ଥାଉ ସରକାର ନ ଚେତିଲେ ଆଗାମୀ ଯୁବପିଢ଼ି ପଥ ଭ୍ରଷ୍ଟ ହେବାକୁ ସମୟ ଲାଗିବ ନାହିଁ ବୋଲି ବୁଦ୍ଧିଜୀବୀ ମହୋଲରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.