ଜି ଆର୍ ଏସ ହତ୍ୟା ମାମଲାର ଫର୍ଦ୍ଦାଫାସ: ପରକୀୟା ପ୍ରୀତି ଯୋଗୁଁ ଅସହିଷ୍ଣୁ ହୋଇ ହତ୍ୟା କରିଥିଲା ଅଭିଯୁକ୍ତ…

add-all

ପୁରୁଷୋତ୍ତମପୁର : ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଂଚାୟତ ଅଧୀନରେ ଥ‌ିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉ।ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜି ଆର ଏସ ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ ଭାଲିଆଝର ଗ୍ରାମର ମୋହନପୁର ସାହି ବାସିନ୍ଦା ମନୋଜ କୁମାର ସାହୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ମନୋଜ ଓ ସୁଶିଲ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କୁ ପ୍ରେମ କରିଆସୁଥିଲେ । ମନୋଜ ଏ ନେଇ ସୁଶିଲକୁ ୨ମାସ ତଳେ ତାଗିଦ କରିଥିଲେ। ଗତ ୪ ତାରିଖ ଦିନ ରାତିରେ ମନୋଜ କନିଆରୀବାଡ଼ି ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରୁ ବାହାରି ଆସିବା ପରେ ସୁଶୀଲ ଉକ୍ତ ମହିଳାଙ୍କ ଘରକୁ ଯିବାର ମନୋଜ ଦେଖୁଥିଲେ । କିଛି ସମୟ ପରେ ମନୋଜ ପୁଣି ଯାଇ ଦେଖୁବା ବେଳକୁ ସୁଶୀଲ ଉକ୍ତ ମହିଳାଙ୍କ ଘରେ ଅଛନ୍ତି। ଓ ତାଙ୍କ ଗାଡି ବାହାରେ ଅଛି। ଏହା ଦେଖୁ ସେ ଉତକ୍ଷିପ୍ତ ହୋଇ ସେଠାରୁ ଫେରି ସୁମଣ୍ଡଳରୁ ଏକ କଟୁରୀ ଧରି ଉକ୍ତ ମହିଳାଙ୍କ ଘରକୁ ଯାଇ ସୁଶୀଲ ସହିତ ଯୁକ୍ତି ତର୍କ କରିଥିଲେ ।

ସୁଶୀଲ କାହିଁକି ବାରମ୍ବାର ତାଙ୍କ ଘରକୁ ଆସୁଛି ବୋଲି ତାକୁ ତାଗିଦ୍ କରିବା ପରେ ସୁଶିଲ ମଦ୍ୟପାନ କରିଥ‌ିବା ଯୋଗୁଁ ସେହି ସ୍ଥାନରେ ପାଟି ନକରି ଦୂରକୁ ଯିବା ପାଇଁ କହିଥିଲେ ଓ ସେ ଗାଡ଼ି ଚଲେଇ ପାରିବନି ବୋଲି କହିବା ପରେ ସୁଶିଲ ଙ୍କ ବାଇକ ସେଠାରେ ରଖୁ ମନୋଜ ନିଜ ଗାଡ଼ିରେ ତାକୁ ଗାଁ ନିକଟସ୍ଥ ଏକ ବିଲ ପାର୍ଶ୍ଵକୁ ଆଣି ସେଠାରେ ଉଭୟଙ୍କ ମଧ୍ୟରେ ବଚସା ସହ ହାତାହାତି ଓ ଧସ୍ତାଧସ୍ତି ହେବା ପରେ ମନୋଜ ସାଥ୍‌ରେ ନେଇଥ‌ିବା କଟୁରୀ ସାହାଯ୍ୟରେ ସୁଶୀଲକୁ ନିର୍ମମ ଭାବେ ହତ୍ୟା କରିଥିଲେ ଓ ସେଠାରୁ ଫେରିଆସିଲେ। ପରେ ଗଞ୍ଜାମ ଏସ ପି ଜଗ ମୋହନ ମୀନାଙ୍କ ନିର୍ଦ୍ଦେଶରେ ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀ କାନ୍ଥ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆପଡ଼ା ଥାନା ଏସ ଆଈ ସଂଗ୍ରାମ କୁମାର ଦେହୁରୀ ଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା । ଶେଷରେ ଅଭିଯୁକ୍ତ ମନୋଜ ସାହୁଙ୍କୁ ପୋଲିସ୍ କେଶ୍ ନମ୍ବର୍ ୩୯୪/୨୦୨୩ ଅନୁସାରେ ଗିରଫ କରି ଦଫା ୩୦୨ରେ ଆଜି କୋର୍ଟ ଚାଲାଣ କରିବା ସହ କଟୁରୀ ଓ ରକ୍ତ ଭିଜା ସାର୍ଟ ଜବତ କରିଛି ବୋଲି ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.