ଆନ୍ଧ୍ର ପ୍ରଦେଶ ଓଡିଆ କଳାକାରମାନଙ୍କ କଳାକାର ହିତୈଷୀ ଦାବି…

add-all

ବ୍ରହ୍ମପୁର //ମଞ୍ଜୁଷା : ସ୍ଥାନୀୟ କଳାକାର ହିତୈଷୀ ପ୍ରତିଷ୍ଠାନ ‘ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘ’ ପକ୍ଷରୁ ଆନ୍ଧ୍ର ଅନ୍ତର୍ଗତ ବିଛିନ୍ନାଞ୍ଚଳ ଓଡିଆ କଳାକାର ମାନଙ୍କ ହୀତ ଉଦ୍ଦେଶ୍ଯରେ କିଛି କଳାକାର ହିତୈଷୀ ଦାବି ମହାସଂଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ପ୍ରରୋଚନା କ୍ରମେ ମହାସଂଘ ରାଜ୍ୟ ସଭାପତି ସୀମାନ୍ତ ନଟରାଜ ଡା ତିରୁପତି ସାହୁ, ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, ଉପାଧ୍ୟକ୍ଷ କୁରା ଗୌଡ, ଶ୍ରୀକାକୁଲମ ଜିଲ୍ଲା ସାଧାରଣ ସଂପାଦକ ଜଳନ୍ଧର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ନାଲ୍ଲା ନୀଳକଣ୍ଠ ପ୍ରମୁଖ ପଲାସା ସ୍ଥିତ ପ୍ରଗତି ଭବନ ଠାରେ ଆନ୍ଧ୍ର ମତ୍ସ୍ୟ ଓ ପଶୁ ପାଳନ ବିଭାଗ ମନ୍ତ୍ରୀ ଡା. ଆପଲାରାଜୁ ମହୋଦୟଙ୍କ ମାଧ୍ଯମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ଯଦି ସଂପ୍ରୁକ୍ତ ଦପ୍ତର ମହାସଂଘ ଗ୍ରୁହ, କଳା ମଣ୍ଡପ ନିର୍ମାଣ ତଥା ଆନ୍ଧ୍ର ନିବାସୀ ଓଡିଆ କଳାକାର ମାନଙ୍କୁ କଳାକାର ଭତ୍ତା ପ୍ରଦାନ ନ କରନ୍ତି ତେବେ ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ଯ ହେବ ବୋଲି ଚେତାବନୀ ଦେଇଛି। ସେଠାକାର ବହୁ ଓଡିଆ କଳାକାର ଙ୍କ ଉପସ୍ଥିତିରେ ଏହି ନିଷ୍ପତି ନିଆଯାଇଥିବା ମହାସଂଘ ପକ୍ଷରୁ ପ୍ରକାଶ।

ad-week
Leave A Reply

Your email address will not be published.