ବିବାହିତ ମହିଳାଙ୍କ ଆତ୍ମହତ୍ୟା, ଦୁଇଦିନ ଧରି ଗଛରେ ଝୁଲୁଛି ଶବ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୭ ଗ୍ରାମରେ ଜଣେ ମହିଳାଙ୍କ ମୃତ ଦେହ ଗତ ଦୁଇଦିନଧରି ଏକ ଗଛରେ ଝୁଲି ରହିଥିବା ବେଳେ ସାଇଣ୍ଟିଫିକ ଟିମ ନଆସିବାରୁ ବର୍ତ୍ତମାନ ଯାଏଁ ଏହି ମୃତଦେହକୁ ଗଛରୁ ତଳକୁ କଢା ଯାଇ ପାରୁନି । ପରିବାର ଲୋକ ଦୁଇ ଦିନ ଅପେକ୍ଷା କରି ରହିଥିବା ବେଳେ ଅନ୍ୟପଟେ ଶବଟି ମଧ୍ୟ ନଷ୍ଟ ହେବାକୁ ଲାଗିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏମପିଭି ୨୭ ଗ୍ରାମର ଅସିମ ଗାଇନଙ୍କ ଝିଅ ସିବାନୀ ଗାଇନ ଅନ୍ୟତ୍ର ବିବାହ କରିଥିବା ବେଳେ ସେ ଗତ କିଛିଦିନ ଧରି ନିଜର ଚିକିତ୍ସା ନିମନ୍ତେ ନିଜ ବାପାଙ୍କ ଘରେ ରହୁଥିଲେ । ତେବେ ଏପରି ସ୍ଥିତିରେ ଗତ ଦୁଇଦିନ ପୂର୍ବେ ସେ ଘରୁ କେଉଁ ଆଡେ ଚାଲି ଯାଇଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିବାରୁ ତାଙ୍କ ମୃତ ଦେହ ଏକ ଗଛରେ ଝୁଳୁଥିବା ଦେଖିବାକୁ ପାଇଥିଲେ ।

ଏହାପରେ ଏନେଇ କାଲିମେଳା ଥାନାକୁ ଜଣାଇବା ପରେପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ସତ, କିନ୍ତୁ ଉକ୍ତମୃତ ଦେହକୁ ଉଦ୍ଧାର କରି ପାରିନଥିଲେ । ସାଇଣ୍ଟିଫିକ ଟିମ ଆସିଲେ ଏହି ଘଟଣାର ତଦନ୍ତ କରି ଉକ୍ତ ଶବ ଉଦ୍ଧାର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ତେବେ ଏହି ଘଟଣା ଆଜିକୁ ଦୁଇଦିନ ହୋଇଥିବା ବେଳେ ଏଥିରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ସହ ମୃତକଙ୍କ ସମ୍ପର୍କୀୟ ମାନେ ମଧ୍ୟ ଭାଙ୍ଗି ପଡିଛନ୍ତି । ତେବେ ମାଲକାନଗିରି ଜିଲ୍ଲାରେ ସାଇଣ୍ଟିଫିକ ଟିମ ନଥିବାରୁ ଜିଲ୍ଲା ବାହାରୁ ଏହି ଟିମ ପ୍ରତି ଥର ଆସି ଘଟଣାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ କିନ୍ତୁ ଉକ୍ତ ଟିମ ଗୁଡିକ ବିଭିନ୍ନ ମାମଲାରେ ନିଜର ତଦନ୍ତ ଜାରି ରଖିଥିବାରୁ ଏମପିଭି ୨୭ ଗ୍ରାମକୁ ଆସିବାରେ ବିଳମ୍ବ ହେଉଥିବା କାଲିମେଳା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାରେ ସାଇଣ୍ଟିଫିକ ଟିମ ନଥିବାରୁ ଲୋକେ ଏପରି ବିଭିନ୍ନ ସମୟରେ ନାନା ସମସ୍ୟାର ସାମ୍ନା କରୁଥିବା ବେଳେ ଜିଲ୍ଲାରେ ଏକ ସାଇଣ୍ଟିଫିକ ଟିମର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.