ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଗୁରୁତର…

add-all

ଦାରିଙ୍ଗବାଡ଼ି, ୧୫/୧୧ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ବ୍ରାହ୍ମଣୀଗାଁ -ଅଡ଼ବା ମୁଖ୍ୟ ରାସ୍ତା କଡମ୍ବା ଛକରେ ମୋଟର ସାଇକେଲ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଦୁଇଜଣ ଗଜପତି ଜିଲା ମୋହନା ବ୍ଲକ ଅଧିନସ୍ତ ବଡ଼ଖଣି ଅଞ୍ଚଳର ବୋଲି ଜଣାପଡିଛି। କୌଣସି କାରଣ ନେଇଁ ବ୍ରାହ୍ମଣୀଗାଁ ଆସୁଥିଲେ।ଏହି ଦୁର୍ଘଟଣା ଆଜି ଦିନ ପ୍ରାୟ ୩ଟା ବେଳେ ଘଟିଥିବା କୁହାଯାଉଛି। ଗୁରୁତର ଦୁଇ ଜଣଙ୍କ ମଧ୍ୟରୁ ଜଣକ ନାମ ବିଦେଶୀ ନାୟକ ଜଣାପଡିଛି। ରାସ୍ତାରେ ଯାତାୟାତ କରୁଥିବା ଲୋକ ୨ ଜଣ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେପଡିଥିବା ଦେଖି ମୋହନା ଡାକ୍ତର ଖାନାକୁ ଆମ୍ବୁଲାନ୍ସ ପାଇଁ ଖବର କରିବା ସହିତ ବ୍ରହ୍ମଣୀଗାଁ ଥାନାକୁ ସୂଚନା କରିଥିଲେ। ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଦୁଇ ଜଣଙ୍କୁ ବ୍ରହ୍ମପୁର ଡାକ୍ତର ଖାନାକୁ ନେଇଥିବା ସୂଚନା ରହିଛି। ବ୍ରାହ୍ମଣୀଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଓଡ଼ି୦୨ବି ଏଚ୬୩୮୫ ୟାମା ମୋଟର ସାଇକେଲ ସିଜକରି ତଦନ୍ତ ଜାରୀ ରଖିଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.