ନାଳରେ ବୁଡି ଯୁବକଙ୍କ ମୃତ୍ୟୁ…

add-all


ଦେବଗଡ଼,୨୫ା୧୧: ଦେବଗଡ ପୌରାଂଚଳ ୧୧ ନମ୍ବର ୱାର୍ଡର ମହୁଲଢିପାସାହି ନାଳରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସା୍ଥନୀୟ କଚେରିସାହିର କିଶୋର ଚନ୍ଦ୍ର ଦଣ୍ଡିଆ ଓରଫ ଟୁବୁଲୁ (୪୨) ମହୁଲଢିପାସାହି ନାଳକୁ ଗାଧୋଇବାକୁ ଯାଇଥିବା ବେଳେ କିଛି ସମୟ ପରେ ତାଙ୍କର ମୃତଦେହ ଉକ୍ତ ନାଳ ପାଣିରେ ବାଶୁଥିବା ଦେଖିବାକୁ ମିଳିଥିଲା । ଏକଥା ଜଣାପଡିବା ପରେ ପରିବାର ଲୋକେ ପୋଲିସ କୁ ସୂଚନା ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ନାଳ ମଧ୍ୟରୁ ମୃତଦେହ ଜବତ କରିବାସହ ଜିଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲା । ସେଠାରେ ଡାକ୍ତର ଆନୁଷ୍ଠାନିକ ଭାବେ ମୃତ ଘୋଷଣା କରିଥିଲେ । ସୂଚନା ପାଇ ୧୧ ନମ୍ବର ୱାର୍ଡର କାଉନଶିଲର କାର୍ତିକ ମହାକୁଳ ଓ ଜଣାଶୁଣା ବ୍ୟବସାୟୀ ନବୀନ ମହାନ୍ତିଙ୍କ ସମେତ ବହୁ ଯୁବକ ଓ ସାହି ବାସୀନ୍ଦା ସେଠାରେ ପହଂଚି ଶୈଷ ଦର୍ଶନ କରିଥିଲେ । ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.