ମାଲକାନଗିରି ତା 26.11.2023ରିଖ ଓଡିଶା ପୋଲିସ ପ୍ରଶାସନ ତରଫରୁ ମାଲକାନଗିରି ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ସବ୍ ଇନିସ୍ପେକ୍ଟର ପରୀକ୍ଷା ଏସ. ପି ମାଲକାନଗିରିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ. ପି ତପନ ନାରାୟଣ ରଥ ଙ୍କ ନେତୃତ୍ୱରେ ମାଲକାନଗିରି ମହାବିଦ୍ୟାଳୟରେ 152ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି l ସେଥିମଧ୍ୟରୁ 119 ଜଣ ପୁରୁଷ ଓ 33 ଜଣ ମହିଳା ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି l ଏହି ପରୀକ୍ଷା ପରିଚାଳନା କରିବା ପାଇଁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସହକାରୀ ପରିଚାଳକ ଭାବରେ ଡ଼. ରଞ୍ଜନ କୁମାର ସ୍ବାଇଁ ଦାୟିତ୍ୱ ତୁଲାଇବା ପାଇଁ ନିଯୁକ୍ତି ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପାଳନ କରିବା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସଚିନ ପଟେଲ ଡି.ଏସ. ପି ଡ଼. ଦୀନେଶ କୁମାର ନାଏକ ଓ ଆଦର୍ଶ ମାଲକାନଗିରି ଥାନା ଅଧିକାରୀ ରିଙ୍ଗିନ କିଣ୍ଡା ଙ୍କ ଦ୍ୱାରା କଡା ସୁରକ୍ଷା ଭାବରେ ସମ୍ପନ୍ନ ହୋଇଛି l ଏହି ଦୁଇଟି ବିଭାଗରେ ପରୀକ୍ଷା ହୋଇଛି l ଏଥିରେ ପରୀକ୍ଷା କରିବା ପାଇଁ ମାଲକାନଗିରି ମହାବିଦ୍ୟାଳୟ 9ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦାୟିତ୍ୱ ଦିଆଯାଇଥିଲା l
