ନଗର ବିଜେଡି ଓ ସଂଖ୍ୟାଲଘୁ ସେଲ ପକ୍ଷରୁ ସାଂସଦ ମୁନ୍ନା ଖାଁଙ୍କୁ ସମ୍ବର୍ଦ୍ଧନା…

add-all


ଫୁଲବାଣୀ :ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାଁ ଘୁ. ଉଦୟଗିରି ଉପ ନିର୍ବାଚନରେ ପ୍ରଚାରର ଅନ୍ତିମ ଦିନରେ ଯୋଗ ଦେବା ପାଇଁ ଫୁଲବାଣୀ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟ ରେ ପହଂଚି ଥିଲେ l ନଗର ବିଜୁ ଜନତା ଦଳ ଓ ସଂଖ୍ୟାଲଘୁ ସେଲ ତରଫରୁ ସାଂସଦ ମୁନ୍ନା ଖାଁ ଙ୍କୁ କର୍ମକର୍ତାଙ୍କ ଉପସ୍ଥିତ ରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଉକ୍ତ ସ୍ୱାଗତ କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ କମଳ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ନଗର ସଭାପତି ବିମଳ ପାଢ଼ୀ ଧନ୍ୟବାଦ ଅର୍ପଣ ଥିଲେ l ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ କିଶୋର କୁମାର ଛୋଟରାଇ ପ୍ରଥମେ ସାଂସଦ ମୁନ୍ନା ଖାଁ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ସମ୍ପାଦକ ମହମ୍ମଦ ଫାରୁକ, ମହମ୍ମଦ ରଫିକ,ଜିଲ୍ଲା ସମ୍ପାଦକ ବିମଳ କୁମାର ନାୟକ ନଗର କାର୍ଯ୍ୟକାରୀ ସଭାପତି ସୁଧୀର କହଁର ଜିଲ୍ଲା ସାଧାରଣ ସମ୍ପାଦକ ବିରୂପାକ୍ଷ ପଣ୍ଡା,ଯୁବ ଉପ ସଭାପତି ବିଷ୍ଣୁ ବେହେରା ନଗର ଯୁବ ସଭାପତି ରାକେଶ ମିଶ୍ର ଯୁବ ସାଧାରଣ ସମ୍ପାଦକ ପ୍ରିୟ ରଞ୍ଜନ ମିଶ୍ର, ସମ୍ପାଦକ ଦାରୁଣ ବେହେରା, ରବୀନ୍ଦ୍ର ଷଢଙ୍ଗୀ, ଆଇନ ଯିବି ପ୍ରତାପ ବେହେରା ମହିଳା ନଗର ସଭାପତି ଲଳିତା ମୁନି, ନଗର ସମ୍ପାଦକ ସ୍ବର୍ଜନ ନାୟକ, ମାଧବୀ ମିଶ୍ର ପୌର ଉପାଧ୍ୟାକ୍ଷା ପାୟଲ ବେହେରା, ଏସ. ଏମ. ନିଜାମ ଯୁବ, ଛାତ୍ର ଓ ମହିଳା ନେତୃ ମଣ୍ଡଳୀ ପ୍ରତେକ ୱାର୍ଡରୁ ଆସିଥିବା ୱାର୍ଡ ସଭାପତି ଏବଂ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.