ବାହୁଦା ସାହିତ୍ୟ ସଂସଦର ସାରସ୍ବତ ସମାରୋହ…

add-all


ଚିକିଟୀ— ସ୍ଥାନୀୟ ଚିକିଟୀ ଗଡସ୍ଥିତ ପ୍ରାଚୀନ ସାରସ୍ଵତ ଅନୁଷ୍ଠାନ ବାହୁଦା ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ସାହିତ୍ୟ ସଂସଦର ସଭାପତି ଇଁ ଦୁର୍ଗା ପ୍ରସାଦ ପାଣିଗ୍ରାହି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ଵତ ସମାରୋହରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଲମ୍ବୋଦର ପାଣିଗ୍ରାହୀ,ମୁଖ୍ୟବକ୍ତା ଜିଲ୍ଲା ଆଦିବାସୀ ଶିକ୍ଷା ସଂଯୋଜକ ଡକ୍ଟର ସରୋଜ ମୋହନ ପାଳ,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା,ଓଡ଼ିଶା ସଙ୍ଗୀତ ଏକାଡେମୀ ର ସଦସ୍ୟ ଶ୍ରୀ ଅନିଲ କୁମାର ପାତ୍ର,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ନିଗମାନନ୍ଦ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଚିକିଟୀ ମାଟିର ବରପୁତ୍ର ଓ ସାହିତ୍ୟ ସାଧକ ଙ୍କ ମାତୃ ଭାଷା ଓ ମାତୃଭୂମି ପ୍ରତି ତ୍ୟାଗ, ତପସ୍ୟା, ଆତ୍ମୋର୍ତ୍ସଗ ତତ୍କାଳୀନ ଜନସାଧାରଣ ଙ୍କ ହୃଦୟର ଆଣିଦେଇଥିଲା ଅପୂର୍ବ ସ୍ପନ୍ଦନ।ଏ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବାହୁଡ଼ା ସାହିତ୍ୟ ସାଂସଦ ର ମୁଖପତ୍ର ‘ପୁନଶ୍ଚ ‘ ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା।ଏହି ସମାରୋହରେ ସାରସ୍ଵତ ସଂଗଠକ ଶ୍ରୀ ମିହିର ରଂଜନ ତ୍ରିପାଠୀ, ସାହିତ୍ୟିକ ଶ୍ରୀ ବିଦେଶୀ ନାୟକ, ଅଧ୍ୟାପକ ତଥା ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ବିଶ୍ଵନାଥ ପାଣିଗ୍ରାହୀ, ବିଶିଷ୍ଟ ସମାଜ ସେବୀ ଶ୍ରୀ ଧର୍ମାସାହୁ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗଞ୍ଜାମ ଜିଲ୍ଲାର ବିଶିଷ୍ଟ କବି , କବୟିତ୍ରୀ ମାନେ ଯୋଗ ଦେଇ ସ୍ବରଚିତ କବିତା ଆବୃତ୍ତି କରିଥିଲେ।ଶେଷର ସମ୍ପାଦିକା ଶ୍ରୀମତୀ ସଂହିତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.