ନୂଆଁ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କ୍ରିଡ଼ା ପ୍ରତିଯୋଗିତା ର ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ..

add-all

ବୀରମିତ୍ରପୁର : ଶ୍ରମ ଶକ୍ତି ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ହୋଇଯାଇଛି ! ଏହି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (ଆଇ ୱାଇ ଡି ପି) ୨୧ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ହାଇଛି,ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡା ଯଥା କବାଡି, ଖୋଖୋ, ଭଲିବଲ, ବ୍ୟାଡମିଣ୍ଟନ ,ଫୁଟବଲ ଚେସ ଓ କ୍ୟlରମ ପ୍ରତିଯୋଗିତା ହେଲେ ! ତତ୍ ସଙ୍ଗେ ନୃତ୍ୟ, ସଙ୍ଗୀତ, ପ୍ରବନ୍ଧ ଲିଖନ, ସୃଜନlତ୍ମକ ଲିଖନ ପ୍ରତିଯୋଗିତା ଅlୟୋଜନ କରାଯାଇଛି ! ଏଥି ସହ ସାମାଜିକ କାର୍ଯ୍ୟକ୍ରମ ଯଥା ଶିକ୍ଷା ଅଭିଯାନ ସ୍ୱାସ୍ଥ୍ୟ, ନିଶା ନିବାରଣ ଅଭିଯାନ ତଥା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ ହାଇଛି ବୋଲି ପ୍ରିନ୍ସିପାଲ ଶ୍ରୀ ମୁନିନ୍ଦ୍ର ମହାଳିକ ସୂଚନା ପ୍ରଦାନ କରିଥିଲେ ! ବୀରମିତ୍ରପୁର ବିଧାୟକ ଶ୍ରୀଯୁକ୍ତ ଶଙ୍କର ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦ୍ଵୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ! ସମ୍ମାନୀତ ଅତିଥି ଭାବେ ବୀରମିତ୍ରପୁର ମୁନିସିପାଲିଟି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ଦୀପ ମିଶ୍ର ଏବଂ ଜିଲ୍ଲା ପରିଷଦ ସଭ୍ୟ କୁଆଁରମୁଣ୍ଡା ଖ ଶ୍ରୀଯୁକ୍ତ ରାଜେନ୍ଦ୍ର ଖୁଜୁର,ତାଙ୍କ ବକ୍ତବ୍ୟରେ କ୍ରୀଡ଼ାର ମହତ୍ତ୍ଵ ଓ ଛାତ୍ର ଜୀବନ ଉପରେ ଏହାର ପ୍ରଭାବ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଏବଂ SDC ସଦସ୍ୟ ଶ୍ରୀ ହିମାଂଶୁ ପଣ୍ଡା ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିସୟରେ ଛାତ୍ର ଛାତ୍ରୀମାନଙ୍କୁ ବର୍ଣ୍ଣନା କରିଥିଲେ ! ପ୍ରିନ୍ସିପାଲ ଡ.ମୁନିନ୍ଦ୍ର ମହାଳିକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ! ଅଧ୍ଯାପିକା ଜୟନ୍ତୀ ବିବର୍ତୀ ମଞ୍ଚ ପରିଚାଳନା କରିଥିବା, ମହାବିଦ୍ୟାଳୟ ର ଉନ୍ନତିକରଣ ପାଇଁ ଆଲୁମିନି ସଭାପତି ମହମ୍ମଦ ଏଜାଜ ଆଲାମ ଏବଂ ସମ୍ପାଦକ ଚଇତନ ତିବାରି ବୀରମିତ୍ରପୁର ବିଧାୟକ ଶ୍ରୀ ଶଙ୍କର ଓରମଙ୍କୁ ସ୍ମାରକପତ୍ର ଦାଇଥିଲେ ଏବଂ ଶ୍ରମ ଶକ୍ତି ମହାବିଦ୍ୟାଳୟ କୁ 1Crore ଦେଇ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଶ୍ରୀ V. K Pandian କୁ ଧନ୍ୟବାଦ ଅର୍ପଣ କରିଥିଲେ ! ତାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ! ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ଅଧ୍ୟାପକ ହରିହର ବେହେରା,ଆଜାଦ ଅହମଦ, ସୁରଜ ପ୍ରସାଦ,ସକିବ୍ ରଜା ଏବଂ ଶ୍ରମ ଶକ୍ତି ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ଯାପିକା ,ଅଣଶିକ୍ଷକ କର୍ମଚାରୀ ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ !

ad-week
Leave A Reply

Your email address will not be published.