ଡାଙ୍ଗମାଳରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର ଭୂବନେଶ୍ଵର ସମ୍ ହସ୍ପିଟାଲକୁ ସ୍ଥାନାନ୍ତରିତ..

add-all


ରାଜନଗର -14.12.023 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବନ୍ଧପାଟଣା ଗ୍ରାମର ଫକିର ଚରଣ ସେଠୀ (ଠିକାଦାର) ଡାଙ୍ଗମାଳ ସ୍ଵାସ୍ଥ୍ୟ କେନ୍ଦ୍ରରେ ଠିକାନେଇ ବିଲ୍ଡଂ ଆଦି କାର୍ଯ୍ୟ କରୁଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ଫକିର କାମ ଦେଖି ରାଜନଗର ଅଭିମୁଖେ ବାଇକ୍ ରେ ଆସୁଥିବା ସମୟରେ ବିପରିତ ଦିଗରୁ ରଗଡାପାଟିଆ ଗ୍ରାମର ଗଣେଶ ହାଜିଡାଙ୍କ ପୁଅ ଦ୍ରୁତଗତିରେ ଵାଇକରେ ଆସି ଡାଙ୍ଗମାଳ ନିକଟରେ ଫକିରଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଫକିରଙ୍କ ମୁଣ୍ଡ ଓ ନାକରୁ ରକ୍ତସ୍ରାବ ହୋଇ ଗୁରୁତର ଅବସ୍ଥାରେ ସ୍ଥାନୀୟ ନେତା ଶ୍ରୀ ଲକ୍ଷ୍ମୀଧର ବାରିକ ଓ ଗ୍ରାମବାସୀଙ୍କ ସମେତ ସଂପର୍କୀୟଙ୍କ ସହଯୋଗରେ 108ଆମ୍ବୁଲାନ୍ସ ଡାକି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଫକିରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୂବନେଶ୍ଵର ସମ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ହେଲେ ଦୁର୍ଘଟଣା ଘଟାଇଥିବା ବାଇକ୍ ଆରୋହୀ ଶ୍ରୀ ହାଜିଡାଙ୍କ ପୁଅ ମଧ୍ୟ ଖଣ୍ଡିଆ ଖାବରା ହୋଇଥିବା ଵେଳେ ଵାଇକ୍ ଦ୍ଵୟ ଖଣ୍ଡ ବିଖଣ୍ଡିତ ହୋଇଛି..

ad-week
Leave A Reply

Your email address will not be published.