ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି ମୃତକଙ୍କୁ ଶେଷଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲେ

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଦରଦୀ ମଣିଷର ସୁପୁତ୍ର ଚଥା ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଆଜି ଅଞ୍ଚଳର ଲୋକମାନଙ୍କର ସ୍ନେହମମତାରେ ବାନ୍ଦିହୋଇ ସେମାନଙ୍କ ସୁଖଦୁଖରେ ନିଜକୁ ସମର୍ପିତ କରି ଦେଇଛନ୍ତି। ଯାହାର ଘର ପୋଡି ଠାରୁ ସାପ କାମୁଡା ଦୈଵି ଦୁର୍ଵିପାକରେ ଏଵଂ ମୃତ୍ୟୁ ସମୟରେ ତାଙ୍କର ଆଦରଣୀୟ ଅଞ୍ଚଳ ବାସୀଙ୍କ ଘରେ ପହଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ପରିବାରଙ୍କୁ ସମଵେଦନା ଜଣାଇବାକୁ ସଵୁ କାର୍ଯ୍ୟ ଛାଡି ଧାଇଁ ଯାଉଛନ୍ତି। ସେହି ଦୁର୍ଦିନର ଵନ୍ଧୁ ଅଂଶୁମାନ ଏହି ବ୍ଲକ ଅନ୍ତର୍ଗତ ହାତିନା ଗ୍ରାମପଞ୍ଚାୟତ ହାତିନା ଗ୍ରାମର ଅନିରୁଦ୍ଧ ଜେନାଙ୍କର ସର୍ପାଘାତରେ ମୃତ୍ୟୁବରଣ କରିଥିବା ଖବର ପାଇ ରାଜନଗର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ସେହିପରି ଆଜି ବ୍ରାହ୍ମଣସାହି ଗ୍ରାମ ପଞ୍ଚାୟତ ଗୋବର୍ଦ୍ଧନପୁରୁ ଗ୍ରାମର ଅଲେଖ ହାତୀଙ୍କ ପିତା ଵିୟୋଗରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମଵେଦନା ଜଣାଇଵା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଏହି ଦରଦୀ ଵନ୍ଧୁଙ୍କ ସହ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନା ଓ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ଚରଣ ସେଠୀ, ସହଦେବ ସାହୁ, ମାଗୁଣି ଚରଣ ଲେଙ୍କା, ବିରଞ୍ଚି ନାରାୟଣ ଦାସ, ସତ୍ୟବାଦୀ ରାଉତ, ଅରୁଣ ରାଉତ, ସରୋଜ ଦାସ, ସତ୍ୟବ୍ରତ ପାଣି, ରବିନ୍ଦ୍ର ରାଉତ, ଦେବାଶିଷ ମହାନ୍ତି, ସରୋଜ ଜେନା ,ଦାମୋଦର ମହାନ୍ତି ପ୍ରମୁଖ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ad-week
Leave A Reply

Your email address will not be published.