ସର୍ବ ଭାରତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଶ୍ରୀ ଗଦାଧର ସାହୁଙ୍କୁ ଗଞ୍ଜାମ ଜିଲ୍ଲା ମଧୁବୈଶ୍ୟ ସମାଜ ତରଫରୁ ସମ୍ବର୍ଦ୍ଧନା

add-all


ହିଞ୍ଜିଳିକାଟୁ ୨୧!୧ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀ ବଜାର ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ମଧୁବୈଶ୍ୟ ସମାଜର ୩୦ ତାଲୁକା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହି ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର 30ଟି ତାଲୁକାର କର୍ମକର୍ତ୍ତାଗଣ ଯୋଗ ଦେଇଥିଲେ |ହିଞ୍ଜିଳିକାଟୁ ତାଲୁକା ସଭାପତି ଵିଜୟ କୁମାର ସାହୁ ଓ ଉପସଭାପତି ସୁଦର୍ଶନ ସାସମଲ ଙ୍କ ତତ୍ବାବଧାନରେ ନଳବଣ୍ଟା ତାଲୁକା ନରେନ୍ଦ୍ରପୁର ଗ୍ରାମର ଗଦାଧର ସାହୁ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ନୂଆଦିଲୀ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିଅମ ଠାରେ ଅନୁଷ୍ଠିତ ପାରା ଭାରୋତ୍ତଳନ ଖେଲୋ ଈଣ୍ଡିଆ ପ୍ରତିଯୋଗିତାରେ ୨୦୨୩ ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଯୋଗୁଁ ତାଙ୍କୁ ଗଞ୍ଜାମ ଜିଲ୍ଲା ମଧୁବୈଶ୍ୟ ସମାଜ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରାଯାଇଥିଲା |କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସାହେବ ସାହୁ ସଭାପତିତ୍ୱ କରିଥିବା ବେଳେ ଉପସଭାପତି ଲୋକନାଥ ସାହୁ ରାଜ୍ୟ ଉପ ସଭାପତି ପର୍ଶୁରାମ ସାହୁ ରାଜ୍ୟ ଉପ ସଭାନେତ୍ରୀ ମତି ଗୋଲାପ ସାହୁ ଜିଲ୍ଲା ସମ୍ପାଦକ ନୃସିଂହ ପ୍ରସାଦ ସାହୁ ଜିଲ୍ଲା ଆଇନ ପରାମର୍ଶଦାତା ସନ୍ତୋଷ କୁମାର ସାହୁ ରାଜ୍ୟ ସଭାନେତ୍ରୀ ଲତା ମଞ୍ଜରୀ ସାହୁ , ହିଞ୍ଜିଳିକାଟୁ ତାଲୁକା ସମ୍ପାଦକ ସିମାଞ୍ଚଳ ସାହୁ, କୋଷାଧ୍ୟକ୍ଷ ସରୋଜ କୁମାର ସାହୁ, କର୍ମକର୍ତ୍ତା ଡମ୍ବରୁ ସାହୁ, ଭଗବାନ ସାହୁ ଓ 30 ତାଲୁକାର ସଭାପତି ସମ୍ପାଦକ ଯୋଗ ଦେଇ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ |

ad-week
Leave A Reply

Your email address will not be published.