ପ୍ରାଣୀ ଚିକିତ୍ସା ଠପ, ମୃତ୍ୟୁ ଦ୍ୱାରଦେଶରେ ପ୍ରାଣୀ…

add-all

ଛତ୍ରପୁର : ପ୍ରାଣୀ ଚିକିତ୍ସକଙ୍କ ସାମୂହିକ ଛୁଟି ଆନ୍ଦୋଳନ ରବିବାର ଚତୁର୍ଥ ଦିନରେ ଓ ସଦା କର୍ମ ତତ୍ପର ଓ ଉତ୍କୃଷ୍ଟ ସେବା ଯୋଗାଇ ଆସିଥିବା ଛତ୍ରପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ପ୍ରବଳ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଅଛି ଓ ଗତ ୧୯.୧.୨୪ ତାରିଖରେ ଗୋଟିଏ ଏବଂ ୨୦.୧.୨୪ ତାରିଖରେ ଆଉ ଗୋଟିଏ ଗାଈ ସଡକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଓ କିଛ଼ି ସ୍ୱେଚ୍ଛାସେବୀ ୧୯୬୨ ନମ୍ବରକୁ ଜଣାଇ ଡାକ୍ତରୀ ଦଳ ପଠାଇବା ନିମନ୍ତେ ଅନୁରୋଧ କରିଥିଲେ ଓ କିନ୍ତୁ କୌଣସି ଆଶାନୁରୂପ ଫଳ ନମିଳିବାରୁ ବାଧ୍ୟ ହୋଇ ନିଜ ବ୍ୟବସ୍ଥାରେ ଗାଈ କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଛାଡ଼ି ଦେଇ ଯାଇଥିଲେ ଓ ଗୁରୁତର ଅବସ୍ଥାରେ ଥିବା ଗାଈ ଦୁଇଟି କୁ ଅଧସ୍ତନ ସହାୟକ ମାନେ ପ୍ରାଥମିକ ଚିକିତ୍ସା ଦେଇଥିଲେ ମଧ୍ୟ ଉପଯୁକ୍ତ ଡାକ୍ତରୀ ସେବା ଅଭାବରେ ପ୍ରଚଣ୍ଡ ଯନ୍ତ୍ରଣାରେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି ଓ ଛତ୍ରପୁର ପ୍ରାଣୀ ଚିକିତ୍ସାଳୟ ପରିସରକୁ ଦୈନିକ ଅସୁସ୍ଥ ପ୍ରାଣୀ ଚିକିତ୍ସା ନିମନ୍ତ ଆସିଥିବା ଜନସାଧାରଣ ଡାକ୍ତର ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେତୁ ବହୁତ ହଇରାଣ ହେଉଛନ୍ତି, ଏଣୁ ପ୍ରାଣୀ ଚିକିତ୍ସକ ମାନଙ୍କ ଦାବୀ ଉପରେ ଆଲୋଚନା କରି ସରକାର ଖୁବ୍ ଶୀଘ୍ର ସେମାନଂକୁ ଡ୍ୟୁଟି କରିବାକୁ ବାତାବରଣ ସୃଷ୍ଟି କରିବାକୁ ଜନ ସାଧାରଣ
ଦାବୀ ଜଣାଇ ଛନ୍ତି

ad-week
Leave A Reply

Your email address will not be published.