୭୫ତମସାଧାରଣତନ୍ତ୍ର ଦିବସ ପାଳନ ଅଵସର ରେ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ

newyr25

 ଛତ୍ରପୁର  :   ପବିତ୍ର  ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅଵସର ରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ  ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୬ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟୀ ହାସଲ କରିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳ କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ, ଏହି ମ୍ୟାଚ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ  ପ୍ରବେଶନାରୀ ଆଇଏଏସ ଅଫିସର  ସମୀର କୁମାର ଜେନା , ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଦେବ ବ୍ରତ ସାହୁ, ଡୁଡା ପିଡି ନୀଳ ମାଧବ ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଜିଏମ ଡିଆଇସି ପ୍ରସନ୍ନ କୁମାର ପାତ୍ର, ଡେପୁଟିକଲେକ୍ଟର ଦୟାସିନ୍ଧୁ ପରିଡା, ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ, ଡେପୁଟିକଲେକ୍ଟର (ନିର୍ବାଚନ ) ରାଜେଶ କୁମାର ଏକା, ଆସିଷ୍ଟାଣ୍ଟ କଲେକ୍ଟର ଓମ ପ୍ରକାଶ ପରିଡା, ଛତ୍ରପୁର ଅତିରିକ୍ତ ତହସିଲଦାର ସ୍ମୃତି ସୁଦର୍ଶନ ସାହୁ ଙ୍କ ସମେତ ବହୁ ଅଧିକାରୀ ମାନେଖେଳିଥିଲେ,ସେହିପରି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକ ମାନେ ଖେଳିଥିଲେ,ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଳ ପକ୍ଷରୁ  ଅତିରିକ୍ତ ଜିଲ୍ଲାପାଳ ଦେବ ବ୍ରତ ସାହୁ ଅଧିନାୟକ ଏବଂ ଡୁଡା ପିଡି ନୀଳମାଧବ ଭୋଇ ଉପ -ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଉପଦେଷ୍ଟା ବସନ୍ତ କୁମାର ମହାରଣା ଅଧିନାୟକ ଏବଂ  ଉପସଭାପତି ସନ୍ତୋଷ ମିଶ୍ର ଉପଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଭାବେ ଡେପୁଟି କଲେକ୍ଟର ଦୟାସିନ୍ଧୁ ପରିଡା ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥି  ଦାୟିତ୍ୱ ତୁଲାଇଥିଲେ, ଏହି ଅବସର ରେ ଛତ୍ରପୁର ପ୍ରେସ କ୍ଳବର ସଭାପତି ରବିନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ସରୋଜ କୁମାର ସାମଲ, ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା,  କ୍ଷୀରୋଦ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ କୁମାର ମହାରଣା ଙ୍କ ସମେତ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ
Leave A Reply

Your email address will not be published.