ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ୧୨ ପରିବାରକୁ ଘର ଡିହ ଜମି ପଟ୍ଟା ପ୍ରଦାନ

add-all

ଦାରିଙ୍ଗବାଡି, ୧୦/୨ : ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ, ତହସିଲ୍ ଅଧିନସ୍ତ ବିଭିନ୍ନ ପଞ୍ଚାୟତର ୧୨ପରିବାରଙ୍କୁ ଗତକାଲି ୧୬ ଆର ଘର ଡିହ ଜମି ପଟ୍ଟା ପ୍ରଦାନ କରା ଯାଇଛି। ତହସିଲଦାର ଶରତ ଶବରଙ୍କ ତତ୍ତ୍ଵାବଧାନରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୨ ପରିବାରକୁ ଘର ଡିହ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଘର ଡିହ ଜମି ପଟ୍ଟା ପାଇ ୧୨ ପରିବାର ସଦସ୍ୟ ପ୍ରଶାସନକୁ ସାଧୁବାଦ ଜଣାଇଥିବା ପ୍ରକାଶ ପାଇଛି। ଘରବାରି ଜମି ପଟା ପ୍ରଦାନ କରିବା ସମୟରେ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ, ଦାରିଙ୍ଗବାଡି ରାଜସ୍ୱ ନୀରିକ୍ଷକ ସୁବ୍ରତ ମଲ୍ଲିକଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତର ଭୂମିହୀନ ପରିବାରକୁ ଦୀର୍ଘ ବର୍ଷ ଧରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଘର ବାରୀ ପଟ୍ଟା ପ୍ରଦାନ କରାଯାଇଛି, ହେଲେ ଅଦ୍ୟାବଧି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଘର ଵାରୀ ପଟ୍ଟା ଚିହ୍ନଟ କରି ଲୋକଙ୍କୁ ହସ୍ତାନ୍ତର କରାଯାଇ ନଥିବାରୁ ଆଜି ଯାଏ ଭୂମିହୀନ ହୋଇ ରହିଥିବା ସର୍ବ ସାଧାରଣରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.