ରାଜନଗର -ଆମ ରାଜ୍ୟ ଓଡିଶା ବିକାଶର ବିଶ୍ବକର୍ମା ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ରାଜ୍ୟ ତଥା ଜନସାଧାରଣଙ୍କ ଵିକାଶ ପାଇଁ ବହୁଵିଧ ଯୋଜନା ମାଧ୍ୟମରେ ସଫଳତାର ପାହାଚ ଅତିକ୍ରମ କରି ଵିକାଶର ମାନଚିତ୍ର ସୃଷ୍ଟି କରି ଚାଲିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କାର ଅନୁଦାନ ମୁଖ୍ୟ ମନ୍ତ୍ରୀ ଯୋଗାଇ ଦେଇ ସାଢେ ଚାରିକୋଟି ଜନତାଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି । ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଵିକାଶର ବହୁ ପଛରେ ଥିବା ଜଳିଛକ ଠାରୁ ଗୁପ୍ତି ଯିବା ମୁଖ୍ୟ ରାସ୍ତା କଣ୍ଡିରା ପଞ୍ଚାୟତର କଣ୍ଡିରା ଗ୍ରାମର ତାରିଣୀ ଛକ ଠାରେ ଥିବା ପୋଲଟି ମରଣ ଯନ୍ତା ପାଲଟି ଯାଇଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ ହେଲା ଦିନୁ ରିପ୍ୟାରିଂ ନ କରି ସେଥିପ୍ରତି ଦୃଷ୍ଟି ଦେଉନଥିବାରୁ କେତେବେଳେ ଯେ କାହାର ଅଘଟଣ ଘଟାଇଵ ତାହା ଅବିଶ୍ୱାସ କରିବା ଠିକ୍ ହେବ ନାହି।ଏହି ପାଞ୍ଚ ଵର୍ଷ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମାଞ୍ଚଳରେ କରିଥିବା ରାସ୍ତାରେ ରିପ୍ୟାରିଂ ନକରି ମିଥ୍ୟା ବିଲ କରି ଅର୍ଥ ଶୋଷଣ କରିଥିବା ବେଳେ ରାସ୍ତାରୁ ପିଚୁ ଉଠି ଖାଲ ଖମାରୀ ହୋଇଥିବା ଦେଖିବାକୁ ମିଳୁଛି।ଏନେଇ ବିଭାଗୀୟ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ଯୋଗା ଯୋଗ କଲେ ମଧ୍ୟ ଫୋନ ରିସିଭ୍ ନକରିବାରୁ ପ୍ରତିକ୍ରିୟା ମିଳି ପାରୁନାହିଁ। ପାଞ୍ଚ ବର୍ଷରେ ଵହୁ ଅର୍ଥ ଆସିଛି ହେଲେ ରାସ୍ତାଘାଟରେ ନାମକୁ ମାତ୍ର କାର୍ଯ୍ୟ କରାଯାଇଛି, ଯେମିତିକି 5ଟି ରେ ସ୍କୁଲ କାର୍ଯ୍ୟ ଅତି ନିମ୍ନମାନର ହୋଇଛି। ସେହିପରି ଆରଡି ବିଭାଗ ରାସ୍ତା ସବୁ ଗ୍ରାମାଞ୍ଚଳରେ ଖାଲଖମାରୀରେ ପରିଣତ ହୋଇଛି। ଏହି ପୋଲ ଓ ରାସ୍ତାରେ ଵିଧାୟକଙ୍କ ପାଦ ପଡିନଥିବାରୁ ସେନେଇ ସ୍ବର ଉତ୍ତୋଳନ କରିବାକୁ ଵିଧାୟକଙ୍କ ଠାରୁ ଆରମ୍ଭ କରି କଣ୍ଡିରା ପଞ୍ଚାୟତ ଓ ଗ୍ରାମରେ କୁଢ କୁଢ ନେତା ଓ ବିଧାୟକଙ୍କ ଖାସ୍ ପାଖ ଲୋକ ଥାଇ କଣ୍ଡିରା ତାରିଣୀ ଛକ ନିକଟରେ ମରଣାନ୍ତକ ପୋଲ ଓ ରାସ୍ତାର ଦୁରବସ୍ଥା ପାଇଁ ପାଟି ଖୋଲୁ ନଥିବା ପଛରେ କି ସ୍ବାର୍ଥ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି। ନିର୍ଵାଚନ ପାଖେଇ ଆସୁଥିବାରୁ ଚିଠାରେ ରାସ୍ତାରେ ପିଚୁ ଓ ମାଟି ପକା କାର୍ଯ୍ୟ କରିବିକୁ ଠିକାଦାର ଯନ୍ତ୍ରୀଙ୍କୁ ଆର୍ଥିକ ବଳ ବଢାଯାଉଛି ସତ, କିନ୍ତୁ କିପ୍ରକାର ନାମକୁ ମାତ୍ର କାମ ହେଉଛି ତାହା ଉପର ମହଲାରୁ ସ୍ବତନ୍ତ୍ର ତଦନ୍ତ କରା ଗଲେ ପ୍ରକୃତ ଦୁର୍ନୀତିରେ କିଏ ଜଡିତ ରହି ଆମର ମୁଖ୍ୟ ମନ୍ତ୍ରୀ ଓ ପାଣ୍ଡିଆନ ସାରଙ୍କ ବିକାଶ ଧାରାରେ ବାଧକ ହୋଇଛି ତାହା ଲୋକଲୋଚନକୁ ଆସିପାରିବ ବୋଲି ଅଭିଯୋଗ ହେଉଛି। ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ କଣ୍ଡିରାର ଏହି ପୋଲ ଓ ରାସ୍ତାର ମରାମତି କରିବା ସହ ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଗୃହ ଓ ପୂର୍ତ୍ତ ବିଭାଗକୁ କେତେ ଟଙ୍କା ବିକାଶ ପାଇଁ ଦିଆଯାଇଛି, ଏବଂ ସେ ଟଙ୍କାରେ କେତେ ପରିମାଣର କି କି କାର୍ଯ୍ୟରେ ଵିନିଯୋଗ ହୋଇ କି ପ୍ରକାର କାର୍ଯ୍ୟ ହୋଇଛି ତଥା ବାଟମାରଣ କେତେ ହୋଇଛି ।ଏହାକୁ ଅନୁଧ୍ୟାନ କରିବାକୁ ସ୍ଵତନ୍ତ୍ର ଵିଭାଗ ଦ୍ବାରା ତଦନ୍ତ କରାଗଲେ ଦୁର୍ନୀତିର ଚେର କେଉଁଠି ରହିଛି ,ଏଵଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଵିକାଶ ଓ ଭାବମୂର୍ତ୍ତିକୁ କିଏ କ୍ଷୁର୍ଣ୍ଣ କରୁଛି ତାହା ସାଧାରଣରେ ପ୍ରକାଶ ପାଇଵ ଵୋଲି ଅଞ୍ଚଳ ବାସୀ ଦାଵୀ କରିଛନ୍ତି।
