ଫୁଲବାଣୀ :କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଫୁଲବାଣୀରେ ଆଜି ଘରେ ଘରେ ଶଂଙ୍ଖ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଗତ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ପୌର ପରିଷଦର ସମସ୍ତ ୧୩ ଟି ୱାର୍ଡରେ ଏହି ଅଭିଯାନ କରାଯାଇଛି। ଆଜି ଫୁଲବାଣୀର ଏକ ନମ୍ବର ଓ୍ବାର୍ଡ,ଦୁଇ ନମ୍ବର ଏବଂ ଆଠ ନମ୍ବର ଓ୍ବାର୍ଡ ରେ ଏହି ଅଭିଯାନ କରା ଯାଇଛି । ଏହି ଅବସରରେ ଫୁଲବଣୀ ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଅଙ୍ଗଦ କହଁରଙ୍କ ଓ ଫୁଲବାଣୀ ନଗର ସଭାପତି ବିମଳେନ୍ଦୁ ପାଢ଼ୀଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଏହି ଅବସରରେ ଫୁଲବଣୀ ପୌରପରିଷଦ ଉପାଧ୍ୟକ୍ଷା, ଶ୍ରୀମତୀ ପାୟଲ ବେହେରା,କମଳ ବେହେରା ଆଠ ନମ୍ବର ଓ୍ବାର୍ଡର କାଉନସିଲ ରାଜେନ୍ଦ୍ର ପାଢ଼ୀ,ନଗର ସମ୍ପାଦକ ବିକ୍ରମ ବେହେରା ଏକ ନମ୍ବର ଓ୍ବାର୍ଡ କାଉନସିଲର ମୃତ୍ୟୁଞ୍ଜୟ ପେରା,ଶ୍ରୀବତ୍ସ ବେହେରା ଏକ ନମ୍ବର ଓ୍ବାର୍ଡ ସଭାପତି ପ୍ରତାପ ସାମନ୍ତରାୟ, ଆଠ ନମ୍ବର ଓ୍ବାର୍ଡ ସଭାପତି ପ୍ରତିଭା ସିଂ ଏବଂ ଦୁଇ ନମ୍ବର ଓ୍ବାର୍ଡ ସଭାପତି ସୁଶାନ୍ତ ବେହେରାଙ୍କ ସମେତ ଫୁଲବାଣୀ ବିଜେଡିର ପଞ୍ଚାନନ କହଁର, ସୁଧିର କହଁର, ପ୍ରଦୀପ ଦେହୁରୀ ଓ କୁବେର କହଁରଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।
