ଆର,ଉଦୟଗିରି : ମୋହନା କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ପ୍ରବାଦପୁରୁଷ ବିଜୁ ବାବୁଙ୍କ 108 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଜିର ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ରେ ମୋହନା ନିର୍ବାଚନ ମଣ୍ଡଳୀ ରଜିଲ୍ଲା ସଭାପତିଙ୍କ ଦେହ ଅସୁସ୍ଥଥିବା ଯୋଗୁଁ ବିଜେଡି ଜିଲ୍ଲାଉପସତି ଦଣ୍ଡାସୀ ସାହୁ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଯୋଗ ଦେଇ ବିଜୁ ବାବୁଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସମସ୍ତେ ବିଜୁ ବାବୁଙ୍କ ସଂମାନର୍ଥେ କରଯୋଡ଼ି ଏକ ମିନିଟ ର ନିରବ ପ୍ରାର୍ଥନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶଵର ବାକା, ଆର,ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ମହିଳା ସଭାନେତ୍ରୀ ନର୍ମଦା ଦଳାଇ, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଶୋଇ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୪ଟି ବ୍ଲକ ସଭାପତି, ଜେମସ ରାଇକା, ରାମ ଦଳବେହେରା, ଜୟନ୍ତି ପଟ୍ଟନାୟ, ଝୁମୁରି ବୀର, ସାଂସଦ ପ୍ରତିନୀଧି ଭାସ୍କର ସାହୁ, ମୋଷା ମାଝୀ, ରାଜୀବ ମଲ୍ଲିକ, ଅଭୟ ପରିଛା, ସୋମନାଥ ବଳିଆରସିଂ, ପ୍ରଫୁଲ୍ଲ ଲିମା, ଶରତ ଚନ୍ଦ୍ର ମଲ୍ଲିକ ଓ ବିଜେଡି ଯୁବ ସଂଗଠକ, ଙ୍କ ସହ ସମସ୍ତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଯୋଗ ଦେଇ ବିଜୁବାବୁଙ୍କ ଗୁଣଗାନ କରିଥିଲେ। ଏହି ଅବସରରେ ଆଦିବାସୀ ନେତା ଶ୍ରୀ ଗମାଙ୍ଗ କହିଥିଲେ ଯେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରୟାସ ଯୋଗୁଁ ହିଁ ଗଜପତି ଭଳି ଏକ ଦୁର୍ଗମ ଅଂଚଳ, ନୂତନ ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ପାଇଥିଲା ଓ ସେହି ମହାନ ପୁରୁଷଙ୍କ ଦୁରଦୃଷ୍ଟି ଯୋଗୁଁ ହିଁ ଏହି ଅଂଚଳର ଆଦିବାସୀ ଜନଜାତି ଙ୍କୁ ସ୍ୱାବଲମ୍ବୀ କରିବା ସହ ସ୍ୱାଭିମାନ ସହ ବଞ୍ଚିବାର ରାହା ଯୋଗାଇଥିଲା। ଆଉ ବର୍ତ୍ତମାନ ତାଙ୍କର ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ୍ୟ ଆଦିବାସୀ ସମାଜର ବିକାଶ ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିବା ସହ ସରକାରୀ ସ୍ତରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି। ଶେଷରେ ସେ ସମସ୍ତଙ୍କୁ ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜନମାନସ ର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ସପୂର୍ଣ କାର୍ଯ୍ୟକ୍ରମ କୁ ଜିଲ୍ଲା ଉପସଭାପତି ଦଣ୍ଡାସୀ ସାହୁ ମଞ୍ଚ ପରିଚାଳନା କରିଥିଲେ।
