ଉନ୍ନୟନ କାର୍ଯ୍ୟର ତାଲିକା ପ୍ରସ୍ତୁତିରେ ପଂଚାୟତ ପ୍ରତିନିଧିଙ୍କୁ ଅବମାନନା

add-all

ଜିଲାପାଳଙ୍କ ଠାରେ ଫେରାଦ ହେଲା ଜିଲା ସରପଂଚ ସଂଘ
ଦେବଗଡ,୧୫|୩:ଗ୍ରାମ ପଂଚାୟତ ସ୍ତରରେ ହେଉଥିବା ଉନ୍ନୟନ କାର୍ଯ୍ୟର ତାଲିକା ପ୍ରସ୍ତୁତ ସମୟରେ ସମ୍ପୃକ୍ତ ଗ୍ରାମ ପଂଚାୟତର ସରପଂଚ ଓ ସମିତି ସଦସ୍ୟ/ସଦସ୍ୟା ମାନଙ୍କୁ ଅବମାନନା କରା୍‌ାଉଥିବା ଦେବଗଡ ଜିଲା ସରପଂଚ ସଂଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଦେବଗଡ ଜିଲା ସରପଂଚ ସଂଘର ସଭାପତି ସତ୍ୟ ନାରାୟଣ ପାଣି ଓ ସମ୍ପାଦକ ପ୍ରକାଶ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଜିଲାର ବହୁ ସରପଂଚ ଦେବଗଡ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ଏ ମର୍ମରେ ଜିଲପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିବାସହ ଏହାର ସୁବିଚାର କରିବାକୁ ନିବେଦନ କରିଥିଲେ । ଜିଲା ସରପଂଚ ସଂଘର ଅଭିଯୋଗ ଅନୁଯାୟୀ ପଂଚାୟତ ସ୍ତରରେ ହେବାକୁଥିବା ବିଭିନ୍ନ ଉନ୍ନୟନ ମୂଳ କାର୍ଯ୍ୟର ତାଲିକା ପ୍ରସ୍ତୁତ ସମୟରେ ବ୍ଲକ ପ୍ରଶାସନ ସରପଂଚ ଓ ସମିତି ସଦସ୍ୟ/ସଦସ୍ୟା ମାନଙ୍କ ବିନା ପରାମର୍ଶରେ ମନମୁଖି ଭାବେ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଉଛନ୍ତି । ଫଳରେ ପଂଚାୟତ ସ୍ତରରେ ଅତ୍ୟାବଶ୍ୟକ କାର୍ଯ୍ୟ ନହୋଇ ଅନାବଶ୍ୟକ ତଥା ଅପେକ୍ଷାକୃତ କମ ଆବଶ୍ୟକ ଥିବା କାର୍ଯ୍ୟ ଅନୁମୋଦିତ ହେଉଛି । ଏପରିକି ପୂର୍ବରୁ ରହିଥିବା ସିସି ରୋଡ ସ୍ଥାନରେ ଅନାବଶ୍ୟକ ଭାବେ ନୂତନ ସିସି ରୋଡ ନିର୍ମାଣ କାର୍ଯ୍ୟ ଅନୁମୋଦିତ ହେଉଛି । ଏହା ବ୍ୟତୀତ କାର୍ଯ୍ୟ ଖସଡା ପ୍ରସ୍ତୁତ କରୁଥିବା ସମୟରେ ବ୍ଲକ ପ୍ରଶାସନ ପ୍ରତ୍ୟେକ ପଂଚାୟତକୁ ସମ ଦୃଷ୍ଟିରେ ନଦେଖି ପାତର ଅନ୍ତର କରୁଛନ୍ତି । ଏଣୂ ଏହା ସୁବିଚାର କରିବାସହ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ସମୟରେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ପରାମର୍ଶକୁ ବାଧ୍ୟତା ମୂଳକ କରିବାକୁ ଉକ୍ତ ଅଭିଯୋଗ ପତ୍ର ଜରିଆରେ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି । ଅଭିଯୋଗ ପତ୍ର ପ୍ରଦାନ ସମୟରେ ସରପଂଚ ଗୀତାଞ୍ଜଳି ପ୍ରଧାନ, ନିରଞ୍ଜନ ବେହେରା,ଫକୀର ମୋହନ ବେହେରା, ରଶ୍ମିତା ପ୍ରଧାନ,ପପିନା ବିଶ୍ୱାଳ, ମନମୋହନ ମହାକୁଳ, ଭକ୍ତବନ୍ଧୁ ପ୍ରଧାନ, ବସନ୍ତ କୁମାର ବେହେରା, କୁବେର ପ୍ରଧାନ, ଦିଲିପ ଆଚାର୍ଯ୍ୟ,ଏଲିନା ସାହୁ, କୁମୁଦିନୀ ପ୍ରଧାନ, ସୁଶିଳ କୁମାର, ଦୋଳ ଗୋବିନ୍ଦ ପ୍ରଧାନ ଓ ସମିତି ସଦସ୍ୟା ସୁମିତା ପ୍ରଧାନଙ୍କ ସମେତ ବହୁ ସରପଂଚ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.