ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଆୟୋଜିତ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଜନ୍ମଦିନ ଅବସରରେ ଏକ ରକ୍ତଦାନ ଶିବିର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି । ଗ୍ରୀଷ୍ମ କାଳୀନ ଅବସରରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଥିବା ସବୁ ବେଳେ ଆମେ ଶୁଣୁଥାଉ ଯାହା ଫଳରେ ଜଣକ ଜୀବନ ବୁନ୍ଦାଏ ରକ୍ତ ପାଇବା ପାଇଁ ଆମ୍ଭେ ରକ୍ତ ଉପରେ ନିର୍ଭରଶୀଳ ହୋଇଥାଉ । ଆଜି ନାହାକ ପରିବାର ତରଫରୁ ସୁଶାନ୍ତ ନାହାକ ଓ ସୁମିତ୍ରା ନାହାକଙ୍କ ପୁତ୍ର ସମ୍ଭିତ୍ ନାହାକ ଙ୍କ ୪ର୍ଥ ଜନ୍ମ ବାର୍ଷିକ ଅବସରରେ ରକ୍ତଦାନ ଶିବିର ଆୟୋଜିତ କରି ସମାଜକୁ ଏକ ନିଆରା ଉଦାହରଣ ଦେଇଛନ୍ତି । ଏହି ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ବ୍ରହ୍ମପୁର ରକ୍ତ ଭଣ୍ଡାରକୁ ପଠାଯାଇଛି । ଏହି ଶିବିରକୁ ଡ଼ା. ଆଶିଷ ପାତ୍ର, ଛତ୍ରପୁର ପ୍ରେସ୍ କ୍ଲବ୍ ସଭାପତି ରବୀନ୍ଦ୍ର ପଣ୍ଡା,ଉପ-ସଭାପତି ସନ୍ତୋଷ ମିଶ୍ରଙ୍କ ସକ୍ରୀୟ ଉପସ୍ଥିତିରେ ଏହି ଶିବିରକୁ ଉଦଘାଟନ କରାଯାଇଥିଲା।ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ରୋଟାରୀୟନ୍ ଏସ. ରେଖା ମହାନ୍ତି ଶିବିର ପରିଦର୍ଶନ କରି ଉଦ୍ୟକ୍ତ ବନ୍ଧୁ ବର୍ଗ ତଥା ସାମ୍ୱାଦିକ ସୁଧୀର ନାହାକଙ୍କ ପରିବାର ବର୍ଗ ଙ୍କୁ ସାଧୁବାଦ୍ ଜଣାଇଥିଲେ ।

ad-week
Leave A Reply

Your email address will not be published.