ତାଳିପକା କାମକୁ ଲୋକଙ୍କ ବିରୋଧ…..ନିମ୍ନ ମାନର ରାସ୍ତା ଯୋଗୁଁ ଲୋକେ ହଟହଟା …!

add-all

ଉମରକୋଟ : ରାଜ୍ୟ ସରକାର ଆଗାମୀ ସାଧରଣ ନିର୍ବାଚନକୁ ଆଖି ଆଗରେରେ ରଖି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଏବଂ ମରାମତି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପନ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଏହାର ସୁଯୋଗ ନେଇ ଠିକାଦାର, ଏବଂ ଯନ୍ତ୍ରୀ ମାନେ ରାସ୍ତା ମରାମତି କାର୍ଯ୍ୟରେ ଥୋକ ପାଲିସ ମାରି କୋଟି କୋଟି ଟଙ୍କା ଆତ୍ମୋସାତ କରିବାର ନଜରକୁ ଆସିଛି। ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା,ଉମରକୋଟ ବ୍ଲକ, ତୋହରା ଗ୍ରାମ ପଞ୍ଚଯାତ ଅନ୍ତର୍ଗତ ବଣିପଦର ଗ୍ରାମ ଠାରୁ ତୋହରା ଗ୍ରାମ ପର୍ଯ୍ୟନ୍ତ। ୫ କିଲୋମିଟର ପ୍ରଧାନମନ୍ତ୍ରୀ ସଡ଼କ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ଦୁଇମାସ ପୂର୍ବରୁ ମରାମତି କରାଯାଇ ଥିଲା।

କିନ୍ତୁ ଅତି ଦୁଃଖର ପରିତାପର ବିଷୟ ଅତି ନିମ୍ନ ମାନର ପିଚୁ ଦେଇ ଥିବାରୁ ବଜରୀ ଗୁଡ଼ିକ ଅଲଗା ଅଲଗା ହୋଇ ଝଡ଼ିଯିବା ସହ ରାସ୍ତାରୁ ସମ୍ପୂର୍ଣ ପିଚୁ ଉଠିବା ସହ ଖାଲ ଖମା ହୋଇ ଯାଉଛି। ଏ ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇବା ସହ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳର ଜଣ ସାଧାରଣ। ତୁରନ୍ତ ଏହାକୁ ମରାମତି କରିବା ପାଇଁ ଜଣ ସାଧାରଣଙ୍କଭିପକ୍ଷରୁ ଦାବି ହେଉଛି। ସାରା ନବରଙ୍ଗପୁର ଜିଲ୍ଲାରେ ଏବେ ସରକାରୀ ଅର୍ଥ ସହ ଖେଳ ଚାଲିଥିବା ନେଇ ଚର୍ଚ୍ଚା ହେଲେବି ଜିଲ୍ଲା ମୁଖିଆ ନିଜେ ପରିଦର୍ଶନରେ ଆସିଲେ ଅସଲ ମୁଖା ଖୋଲିବ ବୋଲି ଲୋକେ କହୁଛନ୍ତି।

ad-week
Leave A Reply

Your email address will not be published.