ନୂତନ ଟ୍ରାନ୍ସଫର୍ମର ସଂଯୋଗ ଦାବୀରେ କଂଗ୍ରେସ ପକ୍ଷରୁ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ

add-all

ଦେବଗଡ଼,୨୨ା୩ : ତିଲେଇବଣି ବ୍ଲକ ଦୁଧିଆନାଳୀ ଗ୍ରାମ ପଂଚାୟତର ମୁଣ୍ଡଗୋହୀରା ଓ ଡିମିରିକୁଦା ଗ୍ରାମ ପଂଚାୟତର ପୋହଳାମରା ଗ୍ରାମରେ ଥିବା ବିଦ୍ୟୁତ ଟ୍ରାନ୍ସସଫର୍ମର ପୋଡି ଯାଇଥିବାରୁ କିଛିଦିନ ହେଲା ସମ୍ପୃକ୍ତ ଗ୍ରାମ ଦ୍ୱୟ ଅନ୍ଧକାରରେ ରହିଛି । ଏଣୁ ଉଭୟ ଗ୍ରାମରେ ତୁରନ୍ତ ନୂତନ ବିଦ୍ୟୁତ ଟ୍ରାନ୍ସସଫର୍ମର ଖଞ୍ଜାଯାଇ ଏହି ସମସ୍ୟାର ସ୍ଥାୟୀ ସମଧାନ କରିବାକୁ ଅଂଚଳବାସୀଙ୍କ ସମେତ ଜିଲା କଂଗ୍ରେସ କମିଟୀ ପକ୍ଷରୁ ଦେବଗଡ ସ୍ଥିତ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଏମର୍ମରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଜିଲା କଂଗ୍ରେସ ସଭାପତି ସେମ୍ ହେମ୍ରମଙ୍କ ନେତୃତ୍ୱରେ ମୁଣ୍ଡଗୋହୀରା ଓ ପୋହଳାମରା ଗ୍ରାମର ବହୁ ଗ୍ରାମବାସୀ ଦେବଗଡ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ କରିବାସହ ଉପରୋକ୍ତ ଦାବୀପତ୍ର ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.