ପୋଲିସ ପାଟ୍ରୋଲିଂ ବେଳେ ଦୁଇ ଫେରାର ଅଭିଯୁକ୍ତ ଗିରଫ

add-all

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଥାନା ଅଞ୍ଚଳରେ ପୋଲିସର ଉପସ୍ଥିତକୁ ଲୋକଙ୍କୁ ଜଣାଇବା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ସବୁ ସମୟରେ ଉପସ୍ଥିତ ରହିଥିବା ଲୋକଙ୍କୁ ସଚେତନ କରି ଜଣାଉଛି। ଏଥିପାଇଁ ପୋଲିସ ପୂର୍ବରୁ ନିୟମିତ ବ୍ରାହ୍ମଣୀଗାଁରେ ପାଟ୍ରୋଲିଂକୁ କଡାକଡି କରିବା ସହ ଗାଡିମୋଟର ଯାଞ୍ଚ କରାଯାଉଛି। ସେହିପରି ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ସଚେତନ କରାଇଛି। ସେହିକ୍ରମରେ ଉକ୍ତ ଥାନା ଅଞ୍ଚଳ ଗଦାପୁରଠାରେ ଫ୍ଲାଗମାର୍ଚ୍ଚ କରାଯାଇଥିବା ଜଣାପଡିଛି। ସେହିପରି ୨୦୧୯ରେ ଏକ ମାମଲା ରେ ଫେରାର ହୋଇଥିବା ୨ ଜଣ ଫେରାର ଅଭିଯୁକ୍ତଙ୍କୁ ବ୍ରାହ୍ମଣୀଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ଥାନା କିରାମାହା ଗ୍ରାମର କିଷାନ ବସ୍ତରାୟ ଏବଂ ଲଷ୍ମୀକାନ୍ତ ବସ୍ତରାୟ l ସେମାନଙ୍କ ନାମରେ ପୂର୍ବରୁ ମାମଲା (୨୪/୧୯ ) ରହିଥିବା ବିଷୟ ଥାନା ଅଧିକାରୀ ଚିରଞ୍ଜୀବି ବେହେରା ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.