ବିଦ୍ୟୁତ୍ ସଂସ୍ପର୍ଶରେ ବ୍ୟକ୍ତି ଜଣଙ୍କ ମୃତ୍ୟୁ

add-all

ଫୁଲବାଣୀ :ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ ଘଟିଛି l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଗଉଡ ସାହିରେ l ସୂଚନା ମୁତାବକ ଆଜି ସକାଳ ସମୟରେ ମୃତ ବ୍ୟକ୍ତି ଜଣଙ୍କ ନିଜ ଘର ବାରି ପଟେ ବ୍ରସ୍ କରୁଥିବା ସମୟରେ ବିଦ୍ୟୁତ ତାରାରେ ଲିକେଜ ଥିଲା ମୃତ ବ୍ୟକ୍ତି ବ୍ରସ୍ କରି ମୁହଁ ଧୋଇବାକୁ ଯାଉଥିବା ସମୟରେ ପାଣିରେ ବିଦ୍ୟୁତ୍ ଥିବା ଯୋଗୁଁ ବ୍ୟକ୍ତି କଣଙ୍କ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତଳେ ପଡିଥିଲେ l ଏହା ଦେଖି ପରିବାର ଲୋକେ ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଚିକିତ୍ସାଧିନ ଅବସ୍ତାରେ ଡ଼ାକ୍ତର ଗୁରୁତର ବ୍ୟକ୍ତି ଙ୍କୁ ମୃତ ଘୋଷଣା କରିଥିଲେ l ମୃତ ବ୍ୟକ୍ତି ଜଣଙ୍କ ହେଲେ ବିରଞ୍ଚି କଟା l

ad-week
Leave A Reply

Your email address will not be published.