ଟାଏକୋଣ୍ଡୋ ଖେଳରେ ଇ. ଲଳିତ କୁ ଚତୁର୍ଥ ଡାନ ବ୍ଲାକ ବେଲ୍ଟ ଡିଗ୍ରୀ ଉନ୍ନତ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସିନିଅର ଟାଏକୋଣ୍ଡୋ ଖେଳାଳି ଶ୍ରୀ ଇ. ଲଳିତ କୁମାର ଦକ୍ଷିଣ କୋରିଆ ସ୍ଥିତ ବିଶ୍ୱ ଟାଏକୋଣ୍ଡୋ ଏକାଡେମୀ କୁକିଅନରୁ ଚତୁର୍ଥ ଡିଗ୍ରୀ ବ୍ଲାକ ବେଲ୍ଟ ହାସିଲ କରିଛନ୍ତି।

ତାଙ୍କର ଏହି ସଫଳତା ପାଇଁ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀ ଓ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ଦ୍ୱାରା ଦିଗପହଣ୍ଡି ଠାରେ ଏକ ବିଶେଷ ପ୍ରୋଗ୍ରାମର ଆୟୋଜନ କରି ଓଡିଶା ଟାଏକୋଣ୍ଡୋ ସଙ୍ଘର କୋଷାଧକ୍ଷ ତଥା ଗଞ୍ଜାମ ଜିଲ୍ଲା ସଙ୍ଘର ସାଧାରଣ ସମ୍ପାଦକ
ଶ୍ରୀ କେ.ମନୋଜ ପ୍ରଧାନ, ସହ ବିଚିତ୍ର ବର୍ଣାଳୀ ନାଟ୍ୟ ସାଂସଦର ସମ୍ପାଦକ ଶ୍ରୀ ଆଲୋକ ବିଶୋଇ, ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର କୋଚ ଶ୍ରୀ ବାସୁ ନାୟକ, ନାଟ୍ୟ କଳାକାର ଏମ.ଯୋଗେନ୍ଦ୍ର ମିଳିତ ଭାବେ ଇ. ଲଳିତ ଙ୍କୁ ଚତୁର୍ଥ ଡାନ ବ୍ଲାକ ବେଲ୍ଟ ସାର୍ଟିଫିକେଟ ପ୍ରଦାନ କରି ସନ୍ନମାନୀତ କରିଛନ୍ତି।

ଶ୍ରୀଯୁକ୍ତ ଇ. ମୋହନ ଓ ମାତା ଶ୍ରୀମତୀ ଇ. ପଙ୍କଜିନୀ ଙ୍କ କନିଷ୍ଟ ସନ୍ତାନ ଇ ଲଳିତ କୁମାର କୋଳମଣ୍ଡଳ କରି ଗଞ୍ଜାମ ତଥା ରାଜ୍ୟ ର ନାଁ ଟାଏକୋଣ୍ଡୋ ଖେଳରେ ସୁନାମ ଅର୍ଜନ କରିଛନ୍ତି।

ତାଙ୍କର ଏହି ଅନ୍ତର୍ଜାତୀୟ ସଫଳତା ପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ଅଶେଷ ଶୁବେଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.