ତଣ୍ଡିପୁର ପଞ୍ଚାୟତରେ ବିଜେଡି ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର

add-all

ପାତ୍ରପୁର : ଚିକିଟୀ ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ଅନ୍ତର୍ଗତ ତଣ୍ଡୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଓ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେବ ତାଙ୍କ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ପହଞ୍ଚି ରାଜପୁର,ମହୁଳପଡା ,ବୁରିପଦର, ସାହାସପୁର,ଖଇର,ଡୁଙ୍ଗୁରୁଗୁଡା,ପୋଲରାଜପୁର,ଗୋବିନ୍ଦରାଜପୁର, ହରିଚନ୍ଦନପୁର ଓ ତଣ୍ଡୀପୁର ଆଦି ଗ୍ରାମ ପରିକ୍ରମା କରି ଶ୍ରୀରୁପ ନିଜ ସହିତ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ତଣ୍ଡୀପୁର ଗ୍ରାମରେ ବିଧାୟକ ପ୍ରାର୍ଥୀ ଶ୍ରୀରୁପ ଦେଓ ପହଞ୍ଚି ଗ୍ରାମରେ ଭୋଟ ପ୍ରଚାର ପରେ ଆୟୋଜିତ ସାଧାରଣ ସଭାରେ ନବୀନଙ୍କ ବିକାଶ ଏବଂ ତାଙ୍କ ମାଁ ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ଶାନ୍ତିପ୍ରିୟତାକୁ ନେଇ ମୋତେ ଆପଣମାନେ ଭୋଟ ଦେଇ ଆଶିର୍ବାଦ କରିବେ ବୋଲି ମୋର ବିଶ୍ୱାସ ରହିଛି ବୋଲି କହିଛନ୍ତି ।

ଆଜିର ଅନୁଷ୍ଠିତ ବିଜେଡି ପ୍ରଚାର ସମୟରେ ସବୁ ଗ୍ରାମରେ ବିଧାୟକ ପ୍ରାର୍ଥୀ ଶ୍ରୀରୁପଙ୍କୁ ମହିଳା ମାନେ ଫୁଲ ଚନ୍ଦନ ଦେଇ ପ୍ରବଳ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରିଥିଲେ । ପ୍ରବଳ ଖରା ସତ୍ତ୍ୱେ ଦଳୀୟ କର୍ମୀ ମାନେ ଉତ୍ସାହର ସହିତ ଚାଲି ଚାଲି ନିଜ ପ୍ରିୟ ନେତାଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ । ଶ୍ରୀରୁପଙ୍କ ପ୍ରଚାର ବେଳେ ବରିଷ୍ଠ ନେତା ପାତ୍ରପୁର ବ୍ଳକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ, ବାପୁଜୀ ବିଷୋୟୀ, ସ୍ଥାନୀୟ ସରପଞ୍ଚ ରୀତା ପାତ୍ର, ସୁନୀଲ ନାୟକ, ପୁର୍ବତନ ସରପଞ୍ଚ ଏମ୍ ମିଲିକୋ,ମିଟୁ ମୋଳିକ,ବାବୁ ଦାସ୍, ଦେବକୀ ନନ୍ଦନ ନାୟକ, ସନ୍ତୋଷ ପ୍ରଧାନ,ସରତ ପ୍ରଧାନ, ସନ୍ତୋଷ ଗୌଡଙ୍କ ସହିତ ବିଜୁ ଜନତା ଦଳର ହଜାର ହଜାର କର୍ମୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.