କଳାହାଣ୍ଡି ଲୋକସଭା ସିଟ୍‌ର ସ୍ଵାଧୀନ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

add-all

ଭବାନୀପାଟଣା : କଳାହାଣ୍ଡି ଲୋକସଭାର ସ୍ଵାଧୀନ ପ୍ରାର୍ଥୀ ନରେଶ ହିଆଲଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣରେ ନରେଶ ହିଆଲ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଏଯାଏ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ପାରିନି।
ନରେଇ ହିଆଲ ପ୍ରଚାର ନିମନ୍ତେ ଭବାନୀପାଟଣା ଯାଉଥିବା ବେଳେ କର୍ଲାପଡ଼ା ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । କାର୍‌ରୁ ନରେଶ ହିଆଲ ଓ ଅନ୍ୟ ୨ଜଣ ଓହ୍ଲାଇବା ପରେ ସେମାନଙ୍କୁ ଦୁର୍ବୃତ୍ତମାନେ ଠେଙ୍ଗାରେ ନିର୍ଧୂମ ମାଡ଼ ମାରିଥିଲେ।
ଗୁରୁତର ଅବସ୍ଥାରେ ନରେଶଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ଜଣା ପଡ଼ି ନଥିବା ବେଳେ ଏହା ରାଜନୈତିକ ହିଂସା ବୋଲି ଅନୁମାନ କରାଯାଉଛି।
ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇନି । ଏନେଇ ଭବାନୀପାଟନା ସଦର ଥାନା ଅନ୍ତର୍ଗତ କର୍ଲାପଡ଼ା ଫାଣ୍ଡିରେ ଏତଲା ହୋଇଛି। ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।
ଏନେଇ କଳାହାଣ୍ଡି ଲୋକସଭାର ସ୍ଵାଧୀନ ପ୍ରାର୍ଥୀ ନରେଶ ହିଆଲ କହିଛନ୍ତି, ମୁଁ ମିଟିଂ କରିବାକୁ ଏକୁଟିଆ ଭବାନୀପାଟଣା ଆସୁଥିବା ବେଳେ ମୋ’ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀଙ୍କୁ ମୁଁ ଚିହ୍ନି ପାରିନି। ହେଲେ ପୁଲିସ୍‌ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ପୁଲିସ୍‌ ନିହାତି ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବ ।

ad-week
Leave A Reply

Your email address will not be published.