ଧୁମ ଧାମ ରେ ପାଳିତ ହେଉଛି ମା ନାରାୟଣୀ ଯାତ୍ରା…

add-all

ଫୁଲବାଣୀ : ଫୁଲବାଣୀ ମା ନାରାୟଣୀ ଯାତ୍ରାର ଦ୍ବିତୀୟ ଦିବସର ସନ୍ଧ୍ୟାରେ ଭଜନ ସମାରୋହ ସାଂସ୍କୃତିକ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିରର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଡଃ ଚିନାରି ଅନ୍ତର୍ଯ୍ୟାମୀ ସୁବୁଦ୍ଧି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମା ନାରାୟଣୀ ଯାତ୍ରା ପରିଚାଳନା କମିଟିର ସଭାପତି ପି ସୁଧାଂଶୁ ସେନାପତି, ଉପଦେଷ୍ଟା ତଥା ବରିଷ୍ଠ ଆଇନଜିବୀ ଶ୍ରୀ ଅଜୟ ସିଂହ, ଶ୍ରୀ ରଜତ ମହାନ୍ତି, ଉପସଭାପତି ଶ୍ରୀ ସୁଜିତ୍ ବେହେରା, ସହ ସମ୍ପାଦକ ଶ୍ରୀ ଅରୁଣ କୁମାର ପଣ୍ଡା ଆଦି ଯୋଗଦାନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମକୁ ଶ୍ରୀ ଅଶୋକ ମହାନ୍ତି ପରିଚାଳନା କରିଥିଲେ। ଏହି ଭଜନ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ, ଶ୍ରୀମତୀ ତନୁଜା ମହାନ୍ତି, ଡି.ମୋନାଲିସା , ଅଜିତ ସାହାଣୀ, ଶ୍ରୀମତୀ ଅମ୍ବିକା ବାଳା ଭଜନ ପରିବେଷଣ କରିଥିଲେ। ଭଜନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବିନୋଦ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ। ପ୍ରାୟ ଏକ ହଜାରରୁ ଅଧିକ ଭକ୍ତ ମା ଙ୍କ ଦର୍ଶନ କରିବା ସହ ଭଜନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ତୃତୀୟ ଦିବସରେ ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀ ଆଜି ସନ୍ଧ୍ୟାରେ ନଗର ପରିକ୍ରମା କରିବେ l ଆଜି ଗମ୍ଭିରାରୁ ବାହାରି ଶ୍ରୀରାମ ନଗର ରାସ୍ତା ଦେଇ ଗୁରୁ ମୂର୍ତ୍ତୀ ରୋଡ, ମୃତ୍ୟୁଞ୍ଜୟ ନାୟକ ରୋଡ ଓ ବ୍ରାହ୍ମଣ ଦେବୀ ରୋଡ଼ ଦେଇ ପୁଣି ଗମ୍ଭୀରାକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ରହିଛି l

ad-week
Leave A Reply

Your email address will not be published.