ମହାମାୟୀଙ୍କ ଦ୍ଵିତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରାମ ମନ୍ଦିର ନିକଟସ୍ଥ ନାରାୟଣୀ ସାହିରେ ମହାମାୟୀଙ୍କ ଦ୍ଵିତୀୟ ବାର୍ଷିକ ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ହଜାର ହଜାର ମା ମହାମାୟୀଙ୍କ ଭକ୍ତ ସାମିଲ ହୋଇ ପୂଜାର୍ଚ୍ଚନା କରିବା ସହିତ ମୁଣ୍ଡରେ କଳସ ଧରି ନାରାୟଣୀ ସାହିରୁ ନାରାୟଣୀ ମନ୍ଦିର ନିକଟସ୍ଥ ନଦୀକୁ ଭକ୍ତ ମାନେ ନିଜର ମାନସିକ ପୂରଣ ପରେ ବିସର୍ଜନ କରିବା ପାଇଁ, କିଛି ଭକ୍ତ ପୁନର୍ବାର ବ୍ରତ ପାଳନ କରିବା ପାଇଁ ଏବଂ ନୂତନ ଭାବେ ବ୍ରତ ଧାରଣ କରିବା ନିମିତ୍ତ ନଦୀରୁ ଜଳ ଆଣି କଳସ ସ୍ଥାପନ କରି ମାନସିକ କରିଥିଲେ l ଯାତ୍ରା ସମୟରେ ବାଜା ବାଜଣା ପଟୁଆରରେ ନାରାୟଣୀ ସାହି ସ୍ଥିତ ମନ୍ଦିରରୁ ବାହରି ବଜାର ଦେଇ ମାଦିକୁନ୍ଦା ଛକ ଦେଇ ନଦୀ ନିକଟରେ ପହଞ୍ଚି ଥିଲେ l ମନ୍ଦିର ବିଷୟରେ ଯାହା ସୂଚନା ରହିଚି ଥରେ ଶ୍ରୀମତୀ ସରସ୍ଵତୀ ବେହେରା ମହାମାୟୀ ପୂଜା କରିବା ପାଇଁ ଜଣଙ୍କ ଘରକୁ ଯାଇଥିଲେ l ସେଠାରେ ମାଁଙ୍କୁ ପୂଜାର୍ଚ୍ଚନା କରି ବାନା ଓ ପିଞ୍ଛ ଦେଇଥିଲେ l ପାଞ୍ଚ ଜଣ ପୂଜା କରିସାରି ଘରକୁ ଫେରିଲେ ପୁଣି ତା ଆର ଦିନ ମାଙ୍କୁ ଦର୍ଶନ କରିବାକୁ ଯାଇଥିଲେ l ସେଠି ସେ ଦେଇଥିବା ପାଞ୍ଚ ଜଣଙ୍କ ବାନା ମଧ୍ୟରୁ ଗୋଟିଏ ବାନା ନାହିଁ ସେମାନେ ଦେଖି ଆଶ୍ଚର୍ଯ୍ୟ ହେଲେ l ମାଙ୍କୁ ମୁଣ୍ଡିଆ ମାରି ଯିଏ ଯା ଘରକୁ ଗଲେ l ସରସ୍ବତୀ ବେହେରା ଘରକୁ ଯାଇ ଦେଖିଲେ ତାଙ୍କ ମଝି ଘରେ ସେହି ହଜି ଯାଇଥିବା ବାନାଟି ପଡିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ପରେ କାଲିକି ସେ ବିଷୟରେ ବୁଝିବା କହି ସେଦିନ ସବୁଦିନ ପରି ଖାଇ ପି ଶୋଇବାକୁ ଗଲେ l ସମସ୍ତେ ଶୋଇବା ପରେ ରାତ୍ରରେ ମାଁ ଙ୍କ ସ୍ୱପ୍ନାଦେଶ ହେଲା l ମୁଁ ତୋ ଘରେ ପୂଜା ପାଇବି ସେଥିପାଇଁ ତୁ ମୋତେ ପୂଜାର୍ଚନା କରିବୁ l ତା ପରଦିନ କବିସୂର୍ଯ୍ୟ ନଗର ଯାଇ ମାଁଙ୍କ ଆଜ୍ଞା ମାଳ ନେଇ ଆସି ଆଜକୁ ଦୁଇ ବର୍ଷ ହେଲା ପୂଜା କରି ଆସୁଅଛୁ l ଏହା ଆମର ମାଁ ଙ୍କ ଦ୍ଵିତୀୟ ବାର୍ଷିକୀ ଉତ୍ସବ ବୋଲି ଶ୍ରୀମତୀ ବେହେରା କହିଛନ୍ତି l ଉକ୍ତ ଦିନ ହଜାର ହଜାର ଭକ୍ତ ଶ୍ରଦ୍ଧା ସହକାରେ ଅନ୍ନପ୍ରସାଦ ସେବନ କରିବା ସହ ମା’ ଙ୍କ ଆଶିଷ ଲାଭ କରିଥିଲେ l

ad-week
Leave A Reply

Your email address will not be published.