
ଛତ୍ରପୁର, : ଛତ୍ରପୁର ଥାନା ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମର ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରି ଏକ ଲଟାବୁଦାରେ ପକାଇ ଦିଆଯାଇଥିଲା । ଦୁଇଜଣ ମହିଳା ଦେଖି ଗୁରୁତ୍ତର ଆହତ ଙ୍କ ଘରେ ଖବର ଦେଇଥିଲେ ।
ଯାହାକି,ପଙ୍କଜ୍ ତରାଇ (୪୨) ଙ୍କ ଲିଖିତ ଅଭିଯୋଗ କ୍ରମେ ମହେଶ୍ୱର ପଲାଇ ଓ ଭାଗିରଥି ପଲାଇ ଦୁଇ ଜଣ ଖଣ୍ଡା କାତିରେ ତାଙ୍କ ଭଣଜା ଙ୍କୁ ଆକ୍ରମଣ କରିଥିବା କହିଥିଲେ । ଗୁରୁତ୍ତର ଆହତ ଜଣକ ହେଲେ ପଙ୍କଜ ତରାଇଙ୍କ ଭଣଜା କେଶବ ନାହାକ ବୋଲି ଜଣାଯାଇଛି । ସେ ଗୁରୁତ୍ରର ଆହାତ ହୋଇ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଏକ ନିର୍ଜନ ସ୍ଥାନରେ ପଡ଼ିଥିଲେ ବୋଲି କୁହାଯାଏ । ତାଙ୍କୁ ଗ୍ରାମର କିଛି ଲୋକଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । କେଶବ ଙ୍କୁ ଗୁରୁତ୍ୱର ଆହାତ ଅବସ୍ଥାରେ ନିକଟସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ଏଵଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ଵର ଏମ୍ସ-ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଏ । ସୂଚନା ଥାଉକି, ଏହି ମାରାଣନ୍ତକ ଆକ୍ରମଣ ଟି ଶନିବାର ଅପରାହ୍ନରେ ଘଟିଥିବା କୁହାଯାଏ । ଉଦ୍ଧାର ହୋଇଥିବା କେଶବ ନାହାକ ଙ୍କ ପରିବାର ବିଳମ୍ବିତ ରାତ୍ରୀରେ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ଆରମ୍ଭ କରି ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ୍ ତଥା ଥାନା କର୍ତ୍ତୃପକ୍ଷଙ୍କ ଏକ ଟିମ୍ ଦୁଇଜଣ ଦୃର୍ବୁତ୍ତ ଙ୍କୁ ଅଟକ ରଖିବା ପରେ ଗିରଫ କରିଛନ୍ତି । ଏହି ହତ୍ୟାକାଣ୍ଡ ପଛରେ ଗୋଟିଏ କାଜୁ ତୋଟା କୁ ନେଇ ପୂର୍ବ ଶତ୍ରୁତା ଲାଗି ରହିଥିଲା ବୋଲି ସାଧାରଣରେ କୁହାଯାଏ । ଘଟଣା ସମ୍ପର୍କରେ ଛତ୍ରପୁର ଥାନା ପକ୍ଷରୁ ତଦନ୍ତ ଜାରୀ ରହିଛି ।।